ଆଣ୍ଡାମାନ ଓ ନିକୋବରରେ ଲଗାତାର ଭୂକମ୍ପ
ଭୁବନେଶ୍ୱର: ଶନିବାର ସକାଳେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ରିକ୍ଟର ସ୍କେଲରେ ୪.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରେକର୍ଡ କରାଯାଇଥିଲା।
ଗତ କାଲି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୪ ମ୍ୟାଗ୍ନିଚ୍ୟୁଡ ଥିବା ରିକ୍ଟର ସ୍କେଲରେ ମପାଯାଇଛି ବୋଲି ଜଣାପଡ଼ିଛି ।
ଏନସିଏସ୍ ରିପୋର୍ଟ ଅନୁଯାୟୀ ପୋର୍ଟ ବ୍ଲେୟାରର ୧୦୬ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ ଦିଗରେ ସକାଳ ୬:୫୯:୫୮ ସମୟରେ ଏହି ଭୂକମ୍ପ ଘଟିଛି। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଭୂକମ୍ପର ଗଭୀରତା ୭୦ କିଲୋମିଟର ଥିଲା।
Earthquake of Magnitude:4.4, Occurred on 03-09-2022, 06:59:58 IST, Lat: 12.02 & Long: 93.62, Depth: 70 Km ,Location: 106km ENE of Portblair, Andaman and Nicobar island, India for more information Download the BhooKamp App https://t.co/Tq462oA2QV pic.twitter.com/lVuQbrSa7B
— National Center for Seismology (@NCS_Earthquake) September 3, 2022
ଏହା ପୂର୍ବରୁ ୨ ସେପ୍ଟେମ୍ବରରେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପର ଡିଜିଲିପୁରର ଉତ୍ତର-ଉତ୍ତର-ପୂର୍ବରେ ରିକ୍ଟର ସ୍କେଲରେ ୪.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରେକର୍ଡ କରାଯାଇଥିଲା ।
Earthquake of Magnitude:4.9, Occurred on 02-09-2022, 12:43:03 IST, Lat: 14.11 & Long: 93.49, Depth: 10 Km ,Location: 108km NNE of Diglipur, Andaman and Nicobar island, India for more information Download the BhooKamp App https://t.co/DSEJET379k @Indiametdept @ndmaindia pic.twitter.com/tyyhLbmy7p
— National Center for Seismology (@NCS_Earthquake) September 2, 2022