ଗୁଜରାଟର ୭ ଜିଲ୍ଲାରେ ବନ୍ୟା ପରିସ୍ଥିତି : ଗଲାଣି ୧୦ ଜୀବନ

ଭାରତୀୟ ପାଣିପାଗ ବିଭାଗ ସବୁ ରାଜ୍ୟକୁ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିହାର ସମେତ ୧୩ ଟି ରାଜ୍ୟରେ ପ୍ରବଳ ବର୍ଷାର ଆଶଂକା କରାଯାଇଛି । ସେପଟେ ଗୁଜରାଟରେ ଗତ ୩୦ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା କାରଣରୁ ୧୦ ଜଣଙ୍କର ଜୀବନ ଯାଇଛି । ରାଜ୍ୟର ଜୁନାଗଡ, କଚ୍ଛ, ଜାମନଗର, ବଲସାଡ, ମେହସାଣା, ସୁରତ ଓ ନବସାରୀ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖା ଦେଇଛି । ଏଠାରେ ବାୟୁସେନା, ଏସଡିଆରଏଫ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେପଟେ ବର୍ଷା କାରଣୁ ୭ ନମ୍ବର ଜାତୀୟ ରାଜପଥ (ଲମ୍ବାଗଡରୁ ବଦ୍ରିନାଥ) ପର୍ଯ୍ୟନ୍ତ ଗତ ୧୩ ଘଣ୍ଟା ଧରି ବନ୍ଦ ରହିଛି । ଫଳରେ ରାଜପଥର ଦୁଇକଡରେ ଶହ ଶହ ଗାଡି ଫଶି ରହିଛି । ସେହିଭଳି ଗତ ଗୋଟିଏ ସପ୍ତାହ ଧରି ଲାଗି ରହିଥିବା ବର୍ଷା କାରଣରୁ ୨୪ ଜଣଙ୍କର ମୃତ୍ୟୁ ହୋଇଛି ।

Related Articles

Back to top button