ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିବ ଏଏସ୍‌ଆଇର ବୈଷୟିକ ଟିମ୍‌

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ରବିବାର ଯାଞ୍ଚ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ନେଇ ଯୁଗ୍ମ କମିଟି ଗଠନ କରାଯାଇଛି।  ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଁଚିଲେ ଏଏସ୍‌ଆଇର ବୈଷୟିକ ଟିମ୍‌। ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ଏଏସଆଇ ଓଡିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ।

ତେବେ ଗର୍ଭଗୃହ ଭିତରେ ଥିବା ଅବସ୍ଥା ତଥା କଳାହାଟ ଦ୍ୱାରରେ ରୁପା ଛାଉଣୀ ଲଗାଯିବା ସମ୍ପର୍କରେ ଅନୁଧ୍ୟାନ କରିବ ଟିମ। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। କେମିକାଲ ଇଂଜିନିୟର ରଞ୍ଜନା ପୁସ୍କରଙ୍କ ସମେତ ରାଜ୍ୟ ପୂର୍ତ୍ତ ବିଭାଗର ଅଧିକାରୀ ସାମିଲ।

Related Articles

Back to top button