ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ପ୍ରଭାରୀମାନଙ୍କୁ ନେଇ ଦିନ ୧୧ଟାରେ ଦିଲ୍ଲୀ ପାର୍ଟି ଅଫିସ୍ରେ ଏହି ବୈଠକ ବସୁଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଏହାର ଅଧ୍ୟକ୍ଷତା କରୁଥିବାବେଳେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ବି ଏଥିରେ ସାମିଲ ହେବେ । ବୈଠକରେ ଭାରତ ନ୍ୟାୟ ଯାତ୍ରାକୁ ନେଇ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା କରିବେ ରାହୁଲ । ଏଥିସହ ଲୋକସଭା ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ ।

ଆସନ୍ତା ୧୪ ଜାନୁଆରୀରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ଏହି ଯାତ୍ରା ମଣିପୁରରେ ଆରମ୍ଭ ହୋଇ ୨୦ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ । ଏହି ସମୟରେ ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ପାଖାପାଖି ୬ହଜାର ୨୦୦ କିଲୋମିଟର, ରାହୁଲ ନ୍ୟାୟ ଯାତ୍ରା କରିବେ । ଏହି ଯାତ୍ରା କିଭଳି ସଫଳ ହେବ ସେନେଇ ରାଜ୍ୟ ପ୍ରଭାରୀମାନଙ୍କ ସହ ଆଜିର ବୈଠକରେ ରାହୁଲ ବିସ୍ତୃତ ଆଲୋଚନା କରିବେ । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହେବ । ଏହାପରେ ନାଗାଲ୍ୟାଣ୍ଡ, ଆସାମ, ମେଘାଲୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡିଶା, ଛତିଶଗଡ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟ ଦେଇ ମହାରାଷ୍ଟ୍ରରେ ଶେଷ ହେବ । ଏହି ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

Related Articles

Back to top button