ଟ୍ବିଟରରେ ପୁଣି ଥରେ ବିଜ୍ଞାପନ ଆରମ୍ଭ କରିବାର ଯୋଜନା କରୁଛନ୍ତି ଆପଲ ଏବଂ ଆମାଜନ

ନୂଆଦିଲ୍ଳୀ: ଆପଲ ଏବଂ ଆମାଜନ ସହ ବଢ଼ୁଥିବା ତିକ୍ତତା ମଧ୍ୟରେ ଏଲନ ମସ୍କଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ଏଲନ ମସ୍କ ରବିବାର କହିଛନ୍ତି ଯେ, ଆପଲ ଟ୍ବିଟରରେ ପୁଣି ଥରେ ବିଜ୍ଞାପନ ଆରମ୍ଭ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଆମାଜନ ମଧ୍ୟ ବାର୍ଷିକ ୧୦୦ ମିଲିୟନ ଡଲାରରେ ଟ୍ବିଟରରେ ପୁଣି ଥରେ ବିଜ୍ଞାପନ ଆରମ୍ଭ କରିବାର ଯୋଜନା କରୁଛି। ଅବଶ୍ୟ ଏନେଇ ଆମାଜନ କିମ୍ବା ଟ୍ବିଟର ସାର୍ବଜନିକ ଭାବରେ କିଛି କହିନାହାନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏଲନ ମସ୍କ ଟ୍ବିଟର ସ୍ପେସରେ ଏହାର ସୂଚନା ଦେଇଛନ୍ତି। ଏହି ଖବର ଆପଲ ଏବଂ ଆମାଜନ ସହ ଅନ୍ୟ ବିଜ୍ଞାପନଦାତା ଏବଂ ଟ୍ବିଟର ମଧ୍ୟରେ ଚାଲୁଥିବା ମତଭେଦ ମଧ୍ୟରେ ଆସିଛି ଏବଂ ଏହାକୁ ଏକ ଭଲ ସଙ୍କେତ ଭାବରେ ଦେଖାଯାଉଛି।

ପ୍ରକୃତରେ ଚଳିତ ମାସ ଆରମ୍ଭରେ ଏଲନ ମସ୍କ ଆଇଫୋନ୍ ନିର୍ମାତା କମ୍ପାନୀ ଆପଲ ସିଇଓ ଟିମ୍ କୁକ୍‌ଙ୍କ ସହ ସାକ୍ଷାତକାର କରିଥିଲେ। ଏହି ସାକ୍ଷାତକାର ପରେ ଏଲନ ମସ୍କ କହିଥିଲେ କଥାବାର୍ତ୍ତା ସଫଳ ହୋଇଛି ଟ୍ବିଟରକୁ ଆପ୍ ଷ୍ଟୋରରୁ ହଟାଯିବା ଉପରେ ଥିବା ମତଭେଦ ଦୂର ହୋଇଛି। ଏହା ପୂର୍ବରୁ ଏଲନ ମସ୍କ ଅଭିଯୋଗ କରିଥିଲେ ଯେ ଆପଲ ଟ୍ବିଟରରେ ବିଜ୍ଞାପନ ରୋକିବା ଏବଂ ଆପ୍ ଷ୍ଟୋରରୁ ଟ୍ବିଟର ହଟାଇବାକୁ ଧମକ ଦେଇଛନ୍ତି। ଏଲନ ମସ୍କ ଗୋଟିଏ ଟ୍ବିଟ୍ ଜରିଆରେ ଆପଲ ସିଇଓ ଟିମ କୁକ୍‌ଙ୍କୁ ଟାର୍ଗେଟ କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଆପଲ ଟ୍ବିଟରରେ ଏହାର ବିଜ୍ଞାପନ ସଂଖ୍ୟା ଅଧା କରିଦେଇଛି। ସୂଚନାଯୋଗ୍ୟ, ମସ୍କ ଟ୍ବିଟର ଅଧିଗ୍ରହଣ କରିବା ପରଠାରୁ ଅନେକ କମ୍ପାନୀ ଟ୍ବିଟରରେ ବିଜ୍ଞାପନ ଦେବା ଉପରେ ରୋକ୍ ଲଗାଇଛନ୍ତି। କିନ୍ତୁ ରବିବାର ବିଜ୍ଞାପନଦାତା ଟ୍ବିଟର ଫେରିବାକୁ  ନାଇ ଧନ୍ୟବାଦ ଦେଇ ଟ୍ବିଟ୍ କରିଛନ୍ତି।

Related Articles

Back to top button