ଇ-କମର୍ସ କମ୍ପାନୀ ଆମାଜନ କର୍ମଚାରୀଙ୍କୁ ନୂଆ ଚାକିରୀ ଖୋଜିବା ଲାଗି ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପ୍ରଥମେ ଟ୍ୱିଟର ପରେ ମେଟା ଓ ଏବେ ଇ-କମର୍ସ କମ୍ପାନୀ ଆମାଜନ କର୍ମଚାରୀଙ୍କୁ ପିଙ୍କ୍ ସ୍ଲିପ୍ ଧରେଇବା ଆରମ୍ଭ କରିଛନ୍ତି। ଏହି ସ୍ଲିପ୍ ଧରେଇବାର ଅର୍ଥ କର୍ମଚାରୀଙ୍କୁ ନୂଆ ସଂସ୍ଥାନ ଖୋଜିବାକୁ ଅନୁମତି ଦେବା। ଏହା ପୂର୍ବରୁ କମ୍ପାନୀ ଟପ୍ ଏକଜ୍ୟୁକୁଟିଭଙ୍କୁ ଇଂଟରନାଲ କମ୍ୟୁନିକେସନରେ ନୂଆ ନିଯୁକ୍ତି ରୋକି ଦିଆଯାଇଥିବାର ସୂଚିତ କରିଥିଲେ।

ବିଜନେସ୍ ଟୁଡେର ଏକ ରିପୋର୍ଟ ଅନୁସାରେ ଆମାଜନରେ କାମ କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ଜେମି ଝାଙ୍ଗ ଲିଙ୍କଡଇନ୍‌ରେ ତାଙ୍କୁ କମ୍ପାନୀରୁ ବାହାର କରିଦିଆଯାଇଥିବାର ଉଲ୍ଲେଖ କରିଥିଲେ। ସେହିପରି ଜଣେ ପୂର୍ବତନ କର୍ମଚାରୀ ପୁରା ରୋବୋଟିକ୍ସ ଟିମ୍‌କୁ ପିଙ୍କ ସ୍ଲିପ୍ ଧରେଇ ଦିଆଯାଇଥିବା ସୂଚିତ କରିଛନ୍ତି। ଲିଙ୍କଡ ଇନ୍‌ ତଥ୍ୟ ମୁତାବକ କମ୍ପାନୀର ରୋବୋଟିକ୍ସ ଡିଭିଜନରେ ଅନୁନ୍ୟ ୩ ହଜାର ୭୬୬ କର୍ମଚାରୀ କାମ କରୁଥିଲେ। ତେବେ ବିଜନେସ୍ ଟୁଡେ ରିପୋର୍ଟରେ କେତେ କର୍ମଚାରୀଙ୍କୁ ବାହାର କରାଯାଇଛି ସେ ନେଇ ପୁଷ୍ଟି କରାଯାଇ ନାହିଁ।

ସେହିପରି ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ (ଡବ୍ଲୁଏସଜେ) ରିପୋର୍ଟରେ ତାର ଲାଭ କରିପାରୁନଥିବା କିଛି ୟୁନିଟ୍‌ ରେ କାମ କରୁଥିବା କର୍ମଚାରୀଙ୍କୁ ନୂଆ ଚାକିରୀ ଖୋଜିବା ଲାଗି ନିର୍ଦ୍ଦେଶ ଦେଇଥିବାର ଦାବି କରିଛି। କାରଣ ଆମାଜନଙ୍କ ଏପରି ପ୍ରଜେକ୍ଟ ହୁଏତ ବନ୍ଦ ହୋଇପାରେ ଅଥବା ଖୁବ୍ ଶୀଘ୍ର ନିଲମ୍ବିତ ହୋଇପାରେ। କମ୍ପାନୀର ପ୍ୟୁପିଲ ଏକ୍ସପିରିଏନ୍ସ ଏଣ୍ଡ ଟେକ୍ନୋଲଜିର ସିନିୟର ଭାଇସ ପ୍ରେସିଡେଣ୍ଟ ବେଥ୍ ଗେଲେଟି ତାଙ୍କ ମେମୋରେ ‘ଅର୍ଥ ବ୍ୟବସ୍ଥାରେ ଅନିଶ୍ଚିତତା ଓ ଗତ ବର୍ଷମାନଙ୍କରେ ଆମେ କେତେ ଲୋକଙ୍କୁ ନିଯୁକ୍ତ କରିଛୁ ଦେଖିବା ପରେ ଗତ ସପ୍ତାହରେ ନୂଆ ନିଯୁକ୍ତିରେ ବିରାମ ଲଗାଇବାକୁ ନିଷ୍ପତ୍ତି ନେଇଥିବା’ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି ଯେ ଏହି ହାୟରିଂ ଫ୍ରିଜ ଆଗାମୀ କିଛି ମାସ ପର୍ଯ୍ୟନ୍ତ ଚାଲିପାରେ।  ଅର୍ଥ ବ୍ୟବସ୍ଥା ଓ ବିଜନେସ୍‌ରେ ଯାହା କିଛି ବି ପରିବର୍ତ୍ତନ ହେଉଛି ତା ଉପରେ ନଜର ରଖା ଯାଇଛି। ଯାହା ବୁଝା ପଡିବ ସେହି ଅନୁସାରେ ବିଜନେସ୍‌କୁ ଆଡଜେଷ୍ଟ କରାଯିବ ବୋଲି କହିଛନ୍ତି।ତେବେ ମେମୋରେ କମ୍ପାନୀ କିଛି ସ୍ୱତନ୍ତ୍ର ପ୍ରୋଜେକ୍ଟରେ ନିଯୁକ୍ତି ଜାରି ରହିବ ବୋଲି କହିଛନ୍ତି। ତେବେ ଏଥିରୁ ଯେଉଁମାନେ  ଚାକିରୀ ଛାଡିକି ଯିବେ ସେହି ସବୁ ପଦବୀ ପୁଣି ପୁରଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ତେବେ ନିଯୁକ୍ତି ଛଟେଇ କମ୍ପାନୀରେ ନୂଆ କଥା ନୁହେଁ ବୋଲି ଉଲ୍ଲେଖ କରାଯାଇଛି। ପୂର୍ବରୁ ମଧ୍ୟ କେତେକ ଅବସରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଭାଇସପ୍ରେସିଡେଣ୍ଟ ଉଲ୍ଲେଖ କରିଛନ୍ତି।

Related Articles

Back to top button