ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ମାମଲା: ଭୁବନେଶ୍ୱରରେ ପୁରୁଷ ବନ୍ଧୁଙ୍କ ଲାଇଡିଟେକସନ୍ ଟେଷ୍ଟ

ଭୁବନେଶ୍ୱର : ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ମାମଲା ଏବେ ନୂଆ ଅପଡେଟ୍ ଆସିଛି । ଏପର୍ଯ୍ୟନ୍ତ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଲାଇଡିଟେକସନ୍ ଟେଷ୍ଟ ହେବ । ଏଥିସହିତ ସନ୍ଦେହ ଘେରରେ ଥିବା ମାନସ ଟୁଡୁଙ୍କର ମଧ୍ୟ ଲାଇଡିଟେକସନ୍ ଟେଷ୍ଟ କରାଯିବ। ଆଜି ଭୁବନେଶ୍ୱରସ୍ଥିତ ଫୋରେନ୍ସିକ ଲ୍ୟାବରେ ଏହି ଟେଷ୍ଟ ହେବ। ଉଭୟଙ୍କୁ ଆଜି ଭୁବନେଶ୍ୱର ଆଣାଯାଇଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଭିସୁଟ ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ନିଜ ସ୍ନାତକ ଡିଗ୍ରି ପ୍ରମାଣପତ୍ର ନେବାକୁ ଆସି ଆଉ ଘରକୁ ଫେରି ନ ଥିଲେ । ସେବେଠାରୁ ଚିନ୍ମୟୀ ନିଖୋଜ ଥିଲା ପରେ ତାଙ୍କର ମୃତ ଶରୀର ମିଳିଥିଲା । ପରେ ଜଣାପଡିଥିଲା ଯେ, କଲେଜରୁ ଡିଗ୍ରି ନେବା ପରେ ସେ ପୁରୁଷବନ୍ଧୁ ପ୍ରୀତିମାନ ଦେଙ୍କ ସହ ପାୱାର ଚ୍ୟାନେଲ ପାଖକୁ ବୁଲିବାକୁ ଯାଇଥିଲେ । ପ୍ରୀତିମାନ ଆତ୍ମହତ୍ୟା ବୋଲି କହୁଥିବା ବେଳେ ପରିବାରଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ । ଚିନ୍ମୟୀଙ୍କ ବେକରେ ଏକ ଦାଗ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ବେକରେ ଥିବା ଚେନ୍ ମଧ୍ୟ ଗାଏବ ଥିଲା । ଏହାକୁ ନେଇ ପରିବାର ଲୋକ ସନ୍ଦେହ ପ୍ରକଟ କରିବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଏସବୁ ମଧ୍ୟରେ ଚିନ୍ମୟୀଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି ।

Related Articles

Back to top button