
ମଙ୍ଗଳବାର ସୁନା ଦର ହେଲା ହ୍ରାସ : ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନାର ଦାମ୍ ୯୭,୫୮୦ ଟଙ୍କା
ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । ଜୁନ୍ ୧୦ ଅର୍ଥାତ୍ ମଙ୍ଗଳବାର ସୁନା ଦର ହ୍ରାସ ପାଇଛି ।୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୭,୫୮୦ ଟଙ୍କା ରହିଛି । ଗତକାଲି ଏହା ୯୭,୬୯୦ ଟଙ୍କା ଥିଲା । ଏଥିରେ ୧୧୦ ଟଙ୍କା ହ୍ରାସ ହୋଇଛି ।୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୪୫୦ ଟଙ୍କା ରହିଛି । ଗତକାଲି ୮୯,୫୫୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୧୯୦ ଟଙ୍କା । ଗତକାଲି ୭୩,୨୭୦ ଟଙ୍କା ଥିଲା । ଏଥିରେ ୮୦ ଟଙ୍କା ହ୍ରାସ ହୋଇଛି ।ରୁପା ଦାମ୍ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୯୦୦ ରହିଛି । ଗତକାଲି ୧୧,୮୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ପାଇଛି ।ଏପ୍ରିଲ ୨୨ରେ ସୁନା ଦାମ୍ ସମସ୍ତ ରେକର୍ଡ ଭାଙ୍ଗି ଏକ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା । ଏପ୍ରିଲ ୨୨ ପରଠାରୁ ସୁନା ଦାମ୍ ଏଯାଏଁ ପ୍ରାୟ ୩ ହଜାର ଟଙ୍କା ହ୍ରାସ ପାଇଛି ।