ଭାରତରେ ଆପଲ୍‌ ପ୍ରଡକ୍ସନ୍‌ କରିବ ଏୟାରପଡ୍ସ ଏବଂ ବିଟ୍ସ ହେଡ୍‌ଫୋନ୍‌

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଆପଲ୍‌ ପୁଣିଥରେ ଚୀନ୍‌କୁ ଝଟ୍‌କା ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମଧ୍ୟରେ ଅପଲ୍‌ କମ୍ପାନୀ ଚୀନ୍‌ରେ ଏହାର ଆଇଫୋନ୍‌ ପ୍ରଡକ୍ସନକୁ କମ୍‌ କରିବା ପାଇଁ ନିଷ୍ପତ୍ତି ନେଇଛି । ଆଗକୁ ଏହା ଭାରତରେ ଅଧିକରୁ ଅଧିକ ପ୍ରଡକ୍ସନ କରିବା ନେଇ ଲକ୍ଷ୍ୟ ରଖିଛି । ଏକ ରିପୋର୍ଟ ଅନୁସାରେ କମ୍ପାନୀ ଏୟାରପଡ୍ସ ଏବଂ ବିଟ୍ସ ହେଡ୍‌ଫୋନ୍‌ ପ୍ରଡକ୍ସନ ମଧ୍ୟ ଭାରତରେ କରିବାର ସମ୍ଭାବନା ରହିଛି ।

ନ୍ୟୁଜ୍‌ ଏଜେନ୍ସି ରିୟଟର୍ସ ନିକ୍କେଇର ଏକ ରିପୋର୍ଟ ଅନୁସାରେ ଆପଲ୍‌ ଏହାର ସପ୍ଲାୟରମାନଙ୍କୁ ଏୟାରପଡ୍ସ ଏବଂ ବିଟ୍ସ ହେଡ୍‌ଫୋନ୍‌ ଭାରତରେ ଅଧିକ ପ୍ରଡକ୍ସନ କରିବା ପାଇଁ କହିଥିବା ଜଣାପଡ଼ିଛି । ଦେଶରେ ଆଇଫୋନ୍‌ର ପ୍ରଡକ୍ସନ କରୁଥିବା ଫୋକ୍ସକନ୍‌ ଭାରତରେ ହିଁ ବିଟ୍ସ ହେଡ୍‌ଫୋନ୍‌ର ନିର୍ମାଣ କରିବା ନେଇ ପ୍ରସ୍ତୁତି ଚଳାଇଛି । ଯଦି ଏପରି ହୁଏ ତେବେ ଭାରତର ଗ୍ଲୋବାଲ୍‌ ଚେନ୍‌ ବଢ଼ିବା ନେଇ ରିପୋର୍ଟରେ କୁହାଯାଇଛି ।

କହିରଖୁଛୁ ଯେ ୨୦୧୭ରେ ଆପଲ୍‌ ଆଇଫୋନର ପ୍ରଡକ୍ସନ ଏହର ଏକ ଛୋଟ ସପ୍ଲାୟର ୱିଷ୍ଟ୍ରୋନ୍‌ ସହ ଆରମ୍ଭ କରିଥିଲା । କମ୍ପାନୀର ଲାଟେଷ୍ଟ ଆଇଫୋନ୍‌ ୧୪ ସିରିଜ୍‌ ମଧ୍ୟ ଭାରତରେ ପ୍ରଡକ୍ସନ କରାଯିବ । ଏହାକୁ ଭାରତ ଏବଂ ଭାରତ ବାହାର ଦେଶ ମାନଙ୍କ ପାଇଁ ଉତ୍ପାଦନ କରାଯିବ ।

ତେବେ କମ୍ପାନୀର ଏପରି ନିଷ୍ପତ୍ତିରେ ଚୀନ୍‌କୁ ଏକ ପ୍ରକାର ବଡ଼ ଝଟ୍‌କା ଲାଗିବ । ଗ୍ଲୋବାଲ୍‌ ସପ୍ଲାଇ ଚେନ୍‌ ମାମଲାରେ ଚୀନ୍‌ର ଦବ୍‌ଦବା ରହିଛି । କିନ୍ତୁ ଲଗାତାର ଲକ୍‌ଡାଉନ୍‌ ଏବଂ ଆମେରିକା-ଚୀନ୍‌ ମଧ୍ୟରେ ଚାଲିଥିବା ବିବାଦ ଭାରତକୁ ଅଧିକ ଫାଇଦା ଦେବାର ସମ୍ଭାବନା ରହିଛି ।

Related Articles

Back to top button