ଆଇଫୋନ ହେବ ମେଡ୍ ଇନ୍ ଇଣ୍ଡିଆ: ୨୦୨୫ ସୁଦ୍ଧା ଭାରତରୁ ୪୦ରୁ ୪୫ ପ୍ରତଶିତ ଆଇଫୋନ ରପ୍ତାନୀ ନେଇ ଯୋଜନା କରୁଛି ଆପଲ

ନୂଆଦିଲ୍ଲୀ: ଚୀନର କରୋନା ନୀତି ଏବଂ ଭାରତରେ ବ୍ୟବସାୟ ପାଇଁ ଅନୁକୂଳ ପରିସ୍ଥିତି ଦେଖି ଆପଲ, ଭାରତରେ ଅଧିକରୁ ଅଧିକ ଉତ୍ପାଦନ କରିବା ଯୋଜନା ଉପରେ କାମ କରୁଛି । ଏହାର ଏକ ପ୍ରମୁଖ କାରଣ ଆପଲର ପ୍ରିମିୟର ସ୍ମାର୍ଟଫୋନ ଆଇଫୋନ ୧୪ ପ୍ରୋର ଯୋଗାଣ ଶୃଙ୍ଖଳାରେ ଅଭାବ ଥିବା କୁହାଯାଉଛି । ୱାଲ ଷ୍ଟ୍ରିଟ୍ ଜର୍ନାଲ ଅନୁସାରେ କମ୍ପାନି ଫକ୍ସକନର ନେତୃତ୍ୱରେ ତାଇୱାନର ଆସେମବଲର୍ସ ଉପରେ ନିର୍ଭରତା କମ କରିବା ପାଇଁ ନିଜ ସପ୍ଲାୟର୍ସକୁ ଭାରତ ଏବଂ ଭିଏତନାମରେ ଅଧିକ ସକ୍ରିୟ ରହିବାକୁ କହୁଛି ।

ବଜାର ବିଶେଷଜ୍ଞ ମିଙ୍ଗ ଚି କୁଓଙ୍କ ଅନୁସାରେ, ଆପଲ ଭାରତରୁ ୪୦ରୁ ୪୫ ପ୍ରତଶିତ ଆଇଫୋନ ରପ୍ତାନୀ ନେଇ ଯୋଜନା କରୁଛି । ଚଳିତ ବର୍ଷ ଶେଷ ତ୍ରୈମାସରେ କେବଳ ୭୦ରୁ ୭୫ ମିଲିୟନ ୟୁନିଟ୍ ଆଇଫୋନର ଶିପମେଣ୍ଟ ହୋଇଛି । ଯାହା ଚୀନର କରୋନା ନୀତି ପୂର୍ବର ବଜାର ଆବଶ୍ୟକତାରଠାରୁ ୧୦ ମିଲିୟନ ୟୁନିଟ୍ କମ ।  ଏହି କାରଣରୁ କମ୍ପାନିର ଆଇଫୋନ ୧୪ ପ୍ରୋ ଏବଂ ଆଇଫୋନ ୧୪ ପ୍ରୋ ମ୍ୟାକ୍ସ ମଡେଲର ସପ୍ଲାଇ ଚେନକୁ ବେଶି କ୍ଷତି ସହିବାକୁ ପଡିଛି । ଅନ୍ୟପଟେ ଜେପି ମାର୍ଗନଙ୍କ ଅନୁସାରେ ୨୦୨୫ ସୁଦ୍ଧା ପ୍ରତି ଚାରୋଟିରୁ ଗୋଟିଏ ଆଇଫୋନ ମେଡ୍ ଇନ୍ ଇଣ୍ଡିଆ ହେବ ।

ମାର୍କେଟ୍ ଇଣ୍ଟେଲିଜେନ୍ସି ଫାର୍ମ, ସାଇବର ମିଡିଆ ରିସର୍ଚ୍ଚ ଅନୁସାରେ ୨୦୨୨ ମସିହାରେ ଆଇଫୋନର ଇଣ୍ଡିଆକୁ ଆମଦାନୀ ହ୍ରାସ ହୋଇ ୧୫ ପ୍ରତିଶତରେ ପହଞ୍ଚିଛି । ୨୦୧୯ରେ ଏହା ୫୦ ପ୍ରତିଶତ ଥିଲା । ଅନ୍ୟପଟେ ଭାରତରେ ଆଇଫୋନର ଉତ୍ପାଦନ ୨୦୨୧ ମସିହାରେ ୭ ମିଲିୟନ ଥିଲା, ଯାହା ୨୦୨୨ରେ ବଢି ୧୨ରୁ ୧୩ ମିଲିୟନ ହୋଇଛି ।

Related Articles

Back to top button