ଶୀଘ୍ର ସାରିଦିଅନ୍ତୁ ବ୍ୟାଙ୍କ କାମ, ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ଏପ୍ରିଲ ମାସ ଆରମ୍ଭ ହେବା ମାତ୍ରେ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଯିବ । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହ ଅନେକ ପରିବର୍ତ୍ତନ ଏପରି ହୋଇଯିବ, ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ସେହିପରି ଏପ୍ରିଲ ମାସରେ ବ୍ୟାଙ୍କଗୁଡ଼ିକ ଅଧା ଦିନ ବନ୍ଦ ରହିବ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର କୌଣସି ବ୍ୟାଙ୍କ ସହ ଜଡ଼ିତ କାମ ରହିଛି, ତେବେ ବ୍ୟାଙ୍କର ଛୁଟିର ସମ୍ପୂର୍ଣ୍ଣ ଲିଷ୍ଟ ଚେକ୍ କରନ୍ତୁ । ତେବେ ଆସନ୍ତୁ ଦେଖିବା ଏପ୍ରିଲ ମାସର ବ୍ୟାଙ୍କ ଛୁଟି ଲିଷ୍ଟ…
ଦେଶର ଅଧିକାଂଶ ବ୍ୟାଙ୍କ କାର୍ଯ୍ୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ତିଆ(RBI) ଦ୍ବାରା ନିୟନ୍ତ୍ରିତ । ରିଜର୍ଭ ବ୍ୟାଙ୍କର ସହମତି ପରେ ଅନ୍ୟ ସମସ୍ତ ବ୍ୟାଙ୍କର ଛୁଟି ସ୍ଥିର ହୋଇଥାଏ । ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡ଼ିକ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ ରବିବାର ଦିନ ମଧ୍ଯ ବନ୍ଦ ରହିଥାଏ । ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ ୨୦୨୩ରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ସହିତ ରବିବାର ସମେତ ବ୍ୟାଙ୍କ ଗୁଡ଼ିକ ସମୁଦାୟ ୧୫ ଦିନ ବନ୍ଦ ରହିବ ।
ଏହି ମାସର ପ୍ରଥମ ଛୁଟି ୧ ଏପ୍ରିଲ ବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦରୁ ଆରମ୍ଭ ହେବ। ୪ ଏପ୍ରିଲରେ ମହାବୀର ଜୟନ୍ତୀ ପଡୁଥିବାରୁ ଏହି ଦିନ ବ୍ୟାଙ୍କ ଛୁଟି ରହିବ । ପୂରା ମାସରେ ବ୍ୟାଙ୍କ କାର୍ଯ୍ୟ ନେଇ କୌଣସି ସମସ୍ୟା ଦେଖାଦେବ ନାହିଁ । ଏହି ସମୟ ମଧ୍ଯରେ ଏଟିଏମ୍, ଟଙ୍କା ଡି଼ପୋଜିଟ୍ , ଅନଲାଇନ ଓ ମୋବାଇଲ ବ୍ୟାଙ୍କିଙ୍ଗ କାର୍ଯ୍ୟ ଜାରି ରହିବ। ଛୁଟି ବିଭିନ୍ନ ରାଜ୍ୟ ଅନୁଯାୟୀ ବଦଳିପାରେ ।
ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ, ରବିବାର ବ୍ୟତୀତ ବ୍ୟାଙ୍କ ଗୁଡ଼ିକ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ମଧ୍ଯ ବନ୍ଦ ରହିଥାଏ । Negotiable Instruments Act ଅନୁଯାୟୀ, ଆରବିଆଇ ୧,୪,୫,୭,୧୪,୧୫,୧୮,୨୧ ଓ ୨୨ ଏପ୍ରିଲରେ ବ୍ୟାଙ୍କ ଛୁଟି ଘୋଷଣା କରିଛି । ଏହାଛଡ଼ା ଏପ୍ରିଲ ୨,୯,୧୬ରେ ୫ଟି ରବିବାର ପଡୁଛି । ୮ ଓ ୨୨ ଏପ୍ରିଲରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡୁଥିବାରୁ ଏହି ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ।
ଛୁଟି ତାଲିକା
ଏପ୍ରିଲ୍ ୧, ୨୦୨୩ (ଶନିବାର): ବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ
ଏପ୍ରିଲ୍ ୨, ୨୦୨୩ (ରବିବାର): ଛୁଟିଦିନ
ଏପ୍ରିଲ୍ ୪, ୨୦୨୩ (ମଙ୍ଗଳବାର) – ମହାବୀର ଜୟନ୍ତୀ