୯୯ ଟଙ୍କାର ସର୍ବନିମ୍ନ ରିଚାର୍ଜ ପ୍ଳାନକୁ ମହଙ୍ଗା କରିଲା ଏୟାରଟେଲ

ନୂଆଦିଲ୍ଳୀ: ଏୟାରଟେଲ ଗ୍ରାହକଙ୍କ ପାଇଁ ଏକ ନିରାଶାଜନକ ଖବର । କମ୍ପାନୀ ଏହାର ସର୍ବନିମ୍ନ ରିଚାର୍ଜ ପ୍ଳାନକୁ ମହଙ୍ଗା କରିଛି। ହରିୟାଣା ଏବଂ ଓଡ଼ିଶାରେ ମାସିକ ପ୍ଲାନରେ ଦାମ୍ ୫୭ ପ୍ରତିଶତ ବୃଦ୍ଧି ହୋଇଛି। ଏପର୍ଯ୍ୟନ୍ତ ହରିୟାଣା ଏବଂ ଓଡ଼ିଶାରେ ସର୍ବନିମ୍ନ ରିଚାର୍ଜ ପ୍ଳାନର ଦାମ୍ ୯୯ ଟଙ୍କା ରହିଥିଲା। ଏଥିରେ ୨.୫ ପଇସା ପ୍ରତି ସେକେଣ୍ଡ ଦରରେ ୨୦୦ ଏମବି ମୋବାଇଲ ଡାଟା ଏବଂ କଲିଂ ଅଫର ମିଳୁଥିଲା। କିନ୍ତୁ କମ୍ପାନୀ ଏବେ ଏହି ପ୍ଲାନ୍ ସ୍ଥାନରେ ୧୫୫ ଟଙ୍କା ପ୍ଳାନ ଦେଉଛି। ନୂଆ ପ୍ଲାନରେ ୧ ଜିବି ଡାଟା ଏବଂ ୩୦୦ ଏସଏମଏସ ସହ ଅସୀମିତ ଭଏସ କଲିଂ ସହ ଆସିଥାଏ। କମ୍ପାନୀ ଏହି ପ୍ଲାନ୍‌ର ପରୀକ୍ଷଣ ଆରମ୍ଭ କରିଦେଇଛି ଏବଂ ଏହାର ଫଳାଫଳ ଆଧାରରେ ଏହାକୁ ପୂରା ଭାରତରେ ଲାଗୁ କରିବାର ସମ୍ଭାବନା ରହିଛି।

ଆଇସିଆଇସିଆଇ ସିକ୍ୟୁରିଟିଜ୍ କହିଛି ଯେ, କମ୍ପାନୀର ଏହି ପଦକ୍ଷେପ କମ୍ପାନୀକୁ ଭାରି ପଡ଼ିପାରେ। ଆଇସିଆଇସିଆଇ ସକ୍ୟୁରିଟିଜ୍ ରିସର୍ଚ୍ଚ ଆନାଲିଷ୍ଟ ସଂଞ୍ଜେଶ ଜୈନ ଏବଂ ଆକାଶ କୁମାରଙ୍କ ରିପୋର୍ଟ ଅନୁଯାୟୀ, ଏହି ସର୍ବନିମ୍ନ ରିଚାର୍ଜ ମୂଲ୍ୟରେ ୫୭ ପ୍ରତିଶତ ବୃଦ୍ଧି ଗ୍ରାହକଙ୍କୁ ବାଧିପାରେ। ରିପୋର୍ଟରେ ଆହୁରି କୁହାଯାଇଛି, ବର୍ତ୍ତମାନର ବଜାର ସ୍ଥିତିରେ ଭାରତୀ ଏୟାରଟେଲ ଟାରିଫ୍ ବୃଦ୍ଧି କରିବାରେ ପ୍ରଥମ। ଏହା ଆଶା କରାଯାଉଛି ଯେ ଏବେ କମ୍ପାନୀ ପ୍ରତିସ୍ପର୍ଦ୍ଧା ପାଇଁ ଅପେକ୍ଷା କରିବ। ଯଦି ଏହାକୁ ପର୍ଯ୍ୟାପ୍ତ ସମର୍ଥନ ନମିଳେ, ତେବେ ଏୟାରଟେଲକୁ ୯୯ ଟଙ୍କା ପ୍ଲାନ୍ ବଜାୟ ରଖିବାକୁ ପଡ଼ିପାରେ। ସୂଚନାଯୋଗ୍ୟ, ଏୟାରଟେଲ ୨୦୨୧ ରେ ଏହିଭଳି ଭାବରେ ବଜାର ପରୀକ୍ଷଣ କରିଥିଲା। କମ୍ପାନୀ ସର୍ବନିମ୍ନ ରିଚାର୍ଜ ଅଫରକୁ ୭୯ ଟଙ୍କାରୁ ବଢ଼ାଇ ୯୯ ଟଙ୍କା କରିଥିଲା।

Related Articles

Back to top button