ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ହେବା ବିଦେଶରୁ ଟଙ୍କା ପଠାଉଥିବା ଲୋକଙ୍କ ଲାଗି ଲାଭଜନକ ହେଉଛି

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ହେଉଛି। ଗତ ଗୁରୁବାର କାରବାର ବନ୍ଦ ବେଳକୁ ୧ ଡଲାର ଭାରତୀୟ ମୁଦ୍ରାରେ ୭୯.୯୯ଟଙ୍କାରେ କାରବାର ହୋଇଥିଲା। ଏଥିରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କେତେ ହ୍ରାସ ହୋଇଛି ସହଜରେ ଅନୁମାନ କରା ଯାଇପାରେ। ତେବେ କେବଳ ଭାରତୀୟ ମୁଦ୍ରା ନୁହେଁ ଡଲାର ଇୟୁରୋପରୁ ଆରମ୍ଭ କରି ଆମେରିକା ମହାଦେଶର ଅନେକ ବଡ ଅର୍ଥବ୍ୟବସ୍ଥାଙ୍କ ମୁଦ୍ରାଙ୍କୁ ମଧ୍ୟ ଢିଲା କରିଦେଇଛି।

ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ହେବା ବିଦେଶରୁ ଘରକୁ ଟଙ୍କା ପଠାଉଥିବା ଲୋକଙ୍କ ଲାଗି ଏବେ ଲାଭଜନକ ହେଉଛି। ଯେଉଁମାନଙ୍କ ପରିଜନ ବିଦେଶରୁ ଟଙ୍କା ପଠାଉଛନ୍ତି ସେମାନେ ଏବେ ଏହି ଫାଇଦା ପାଉଛନ୍ତି। ଭାରତୀୟ ରିଜର୍ଭ ବ୍ୟଙ୍କ (ଆରବିଆଇ)ଙ୍କ ଅନୁସାରେ ଭାରତକୁ ବିଦେଶରୁ ଏହି ବାବଦେ ବାର୍ଷିକ ପ୍ରାୟ ୮୨ବିଲିୟନ ଡଲାରରୁ ଅଧିକ ଧନ ପଠାଯାଉଛି। ୨୦୨୦ ମସିହାରେ ଏ ବାବଦେ ଭାରତକୁ ୮୩ ବିଲିୟନ ଡଲାର ମିଳିଥିଲା। ତେବେ କେବଳ ବିଦେଶୀଙ୍କ ଅର୍ଥ ନୁହେଁ ରପ୍ତାନୀ ବାବଦ ଆୟ ମଧ୍ୟ ଭାରତ ଆମେରିକୀୟ ଡଲାରରେ ପାଇଥାଏ।

ଏଣୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେଲେ ଏକ୍ସପୋର୍ଟର ବେଶ ଲାଭରେ ରହନ୍ତି। ଭାରତ କେବଳ ଆମଦାନୀ ଭଳି ଅନେକ ସାମଗ୍ରୀ ରପ୍ତାନୀ ମଧ୍ୟ କରିଥାଏ। ଏଥିରେ ଔଷଧ, ସଫ୍ଟୱେର ଆଦି ରପ୍ତାନୀରୁ ଭାରତକୁ ବେଶ ଫାଇଦା ମିଳିଥାଏ। ତେବେ ପେଟ୍ରୋଲିୟମ, ଅଟୋମୋବାଇଲ ଓ ମେସିନାରୀ ସାମଗ୍ରୀ ନିର୍ମାତା କମ୍ପାନୀମାନଙ୍କୁ ଏହାର ବିଶେଷ ଲାଭ ମିଳିପାରି ନଥାଏ। କାରଣ ଏପରି କମ୍ପାନୀଙ୍କ ପ୍ରଡକ୍ଟ କଷ୍ଟ ମଧ୍ୟ ବଢି ଯାଉଛି। ତେବେ ଭାରତ ରପ୍ତାନୀ ଅପେକ୍ଷା ଆମଦାନୀ ଅଧିକ କରିଥାଏ। ଏଣୁ ଡଲାରର ମୂଲ୍ୟ ବୃଦ୍ଧି ପ୍ରତି ଆମଦାନୀ ଲାଗି ଅଧିକ ବ୍ୟୟ କରିବାକୁ ପଡୁଛି। ଭାରତ ପେଟ୍ରୋଲିୟମ ସମେତ ଖାଦ୍ୟ ତେଲ, ବୈଦୁତିକ ଉପକରଣ ଆଦି ଆମଦାନୀ ଯୋଗୁ ଅଧିକ ବିଦେଶୀ ମୁଦ୍ରା ବ୍ୟୟ କରିଥାଏ। ଏଣୁ ଆମଦାନୀ ଖର୍ଚ୍ଚ କାଟ କରିବା ଏବେ ଭାରତ ଲାଗି ଜରୁରି ହୋଇପଡିଛି। ନଚେତ ଟ୍ରେଡ ଡେଫିସିଟ ବଢିବାର ଆଶଙ୍କା ରହିଛି।

Related Articles

Back to top button