୫-ଜି ସ୍ପେକ୍ଟ୍ରମ ନିଲାମୀକୁ କ୍ୟାବିନେଟ ମଞ୍ଜୁରୀ, ଜୁଲାଇ ଶେଷ ସୁଦ୍ଧା ନିଲାମ ପ୍ରକ୍ରିୟା

ଦୀପାବଳି ସୁଦ୍ଧା ୫-ଜି ସେବା ମିଳିବା ସମ୍ଭାବନା

ଦେଶରେ ୫-ଜି ଟେଲିକମ ସେବା ଆରମ୍ଭ କରିବା ନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫-ଜି ସ୍ପେକ୍ଟ୍ରମର ନିଲାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ କ୍ୟାବିନେଟର ମଞ୍ଜୁରୀ ବିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ସବୁ ଠିକ ହୁଏ, ତେବେ ଚଳିତ ବର୍ଷ ଦୀପାବଳି ସୁଦ୍ଧା ଦେଶବାସୀ ୫-ଜି ଟେଲିକମ ସେବା ପାଇପାରିବାର ସମ୍ଭାବନା ରହିଛି।

୨୦ ବର୍ଷ ଧରି ଏହି ସେବାଗୁଡିକ ପରିଚାଳନା କରିବାକୁ, ସରକାର ଜୁଲାଇ ଶେଷ ସୁଦ୍ଧା ମୋଟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ କରିବେ। ଟେଲିକମ ବିଭାଗର ସ୍ପେକ୍ଟ୍ରମ ନିଲାମ ପାଇଁ ପ୍ରସ୍ତାବକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅନୁମୋଦନ କରାଯାଇଛି। ନିଲାମରେ ସଫଳ ବିଡରମାନେ ଦେଶର ଜନସାଧାରଣ ତଥା ଉଦ୍ୟୋଗମାନଙ୍କୁ ୫-ଜି ଟେଲିକମ ସେବା ଯୋଗାଇବା ପାଇଁ ଲାଇସେନ୍ସପ୍ରାପ୍ତ ସ୍ପେକ୍ଟ୍ରମ ପାଇବେ।

ଏହାପୂର୍ବରୁ କ୍ୟାବିନେଟ କମିଟି ଅର୍ଥନୈତିକ ବ୍ୟାପାର କମିଟି ୫-ଜି ସ୍ପେକ୍ଟ୍ରମର ନିଲାମ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଦେଶର ଟେଲିକମ କମ୍ପାନୀଗୁଡିକ ଦୀର୍ଘ ସମୟ ଧରି ୫-ଜି ସ୍ପେକ୍ଟ୍ରମ ନିଲାମକୁ ଅପେକ୍ଷା କରି ରହିଛନ୍ତି।

ଏହା ସହିତ ଦେଶରେ ଏକ ନୂଆ ଟେଲିକମ ବିପ୍ଳବ ଆରମ୍ଭ ହୋଇଛି। ଟେଲିକମ ମନ୍ତ୍ରଣାଳୟ ଚଳିତ  ସପ୍ତାହରୁ ଆଗ୍ରହୀ ଟେଲିକମ କମ୍ପାନୀଗୁଡିକର ଆବେଦନଗୁଡିକୁ ଆମନ୍ତ୍ରଣ କରିବେ।

ଜୁଲାଇ ଶେଷ ସୁଦ୍ଧା ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ସ୍ପେକ୍ଟ୍ରମର ମୋଟ ମୂଲ୍ୟ ୫ ଲକ୍ଷ କୋଟିରେ ରଖାଯାଇଛି। ଏହା ଅଧୀନରେ ସରକାର ନଅଟି ସ୍ପେକ୍ଟ୍ରମ ନିଲାମ କରିବେ। ଏହି ନିଲାମ ୨୦ ବର୍ଷ ପାଇଁ କରାଯିବ।

Related Articles

Back to top button