ଆଇଡିବିଆଇ ବ୍ୟାଙ୍କର ହେବ ଘରୋଇକରଣ : କେନ୍ଦ୍ର ସରକାର ଏବଂ ଏଲଆଇସି ବିକ୍ରି କରିବେ ୬୦.୭୨ ପ୍ରତିଶତ ଅଂଶଧନ

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ରାସ୍ତା ପ୍ରଶସ୍ତ ହୋଇଛି । କେନ୍ଦ୍ର ସରକାର ଏବଂ ଭାରତୀୟ ଜୀବନ ବୀମା ନିଗମ ମିଳିତ ଭାବେ ଆଇଡିବିଆଇ ବ୍ୟାଙ୍କର ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବେ । ଶୁକ୍ରବାର ଏହି ସୂଚନା ଦିଆଯାଇଛି । ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପ୍ରବନ୍ଧନ ବିଭାଗ (DIPAM)  ଅକ୍ଟୋବର ୭ରେ ଇଓଆଇ ଆମନ୍ତ୍ରିତ କରିବ ।

କେନ୍ଦ୍ର ସରକାର ୩୦.୪୮ ପ୍ରତିଶତ ଅଂଶଧନ ବିକ୍ରି କରିବେ ଏବଂ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଆଇଡିବିଆଇ ବ୍ୟାଙ୍କରେ ୩୦.୨୪ ପ୍ରତିଶତ ଅଂଶଧନ ବିକ୍ରି କରିବେ । ଦୀପମ ସଚିବ ଟ୍ୱିଟ୍ କରି କହିଛନ୍ତି, ଆଇଡିବିଆଇ ବ୍ୟାଙ୍କରେ ଭାରତ ସରକାର ଏବଂ ଏଲଆଇସି ନିଜ ଅଂଶଧନର ଷ୍ଟ୍ରାଟେଜିକ୍ ବିନିବେଶ ସହ ମ୍ୟାନେଜମେଣ୍ଟ କଣ୍ଟ୍ରୋଲ ମଧ୍ୟ ଟ୍ରାନ୍ସଫର କରିବେ । ଏଥିପାଇଁ ଇଓଆଇ ଆମନ୍ତ୍ରିତ କରାଯିବ । ଏଲଆଇସି ପାଖରେ ବର୍ତ୍ତମାନ ସମୟରେ ଆଇଡିବିଆଇ ବ୍ୟାଙ୍କରେ ୫୨୯.୪୧ କୋଟି ସେୟାର ସହ ୪୯.୨୪ ପ୍ରତିଶତ ମାଲିକାନା ରହିଛି ସେହିପରି କେନ୍ଦ୍ର ସରକାରଙ୍କ ନିକଟରେ ୪୮୮.୯୯ କୋଟିର ଟଙ୍କାର ସେୟାର ସହ ୪୫.୪୮ ପ୍ରତିଶତର ମାଲିକାନା ରହିଛି ।

ଆଇଡିବିଆଇ ବ୍ୟାଙ୍କ ପାଇଁ ଇଓଆଇ ଜମା କରିବାର ଶେଷ ତାରିଖ ଡିସେମ୍ୱର ୧୬ । ସମସ୍ତ ଇଓଆଇ ୧୮୦ ଦିନ ଯାଏଁ ବୈଧ ରହିବ ଏବଂ ଏହାକୁ ଆହୁରି ୧୮୦ ଦିନ ଯାଏଁ ବଢାଯାଇ ପାରିବ ।

Related Articles

Back to top button