ଭାରତରେ ବ୍ୟାନ୍‌ ହେବନି ୧୨,୦୦୦ ଟଙ୍କାରୁ ଶସ୍ତା ଚାଇନିଜ୍‌ ମୋବାଇଲ ଫୋନ୍‌

ନୂଆଦିଲ୍ଲୀ: ଭାରତରୁ ରପ୍ତାନି ବଢ଼ାଇବା ପାଇଁ ସରକାର ଚାଇନିଜ୍‌ ମୋବାଇଲ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ, ଚୀନ୍‌ କମ୍ପାନିଗୁଡ଼ିକ ଦ୍ୱାରା ପ୍ରସ୍ତୁତ ୧୨,୦୦୦ ଟଙ୍କାରୁ କମ୍‌ ମୂଲ୍ୟର ହ୍ୟାଣ୍ଡ୍‌ସେଟ୍‌ଗୁଡ଼ିକୁ ବ୍ୟାନ୍‌ କରିବାର କୌଣସି ଯୋଜନା ନ ଥିବା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ପଷ୍ଟ କରିଛନ୍ତି ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ୍‌ରେ ଭାରତୀୟ କମ୍ପାନିଗୁଡ଼ିକର ପ୍ରମୁଖ ଭୂମିକା ରହିଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ବିଦେଶୀ ବ୍ରାଣ୍ଡଗୁଡ଼ିକୁ ହଟାଇବା । ସୂଚନାଯୋଗ୍ୟ, ପୂର୍ବରୁ ଗଣାମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ସରକାର ୧୨,୦୦୦ ଟଙ୍କାରୁ କମ୍‌ ମୂଲ୍ୟର ଚାଇନା ହ୍ୟାଣ୍ଡ୍‌ସେଟ୍‌ ଉପରେ କଟକଣା ଲଗାଇବାକୁ ଯାଉଛନ୍ତି ।

Related Articles

Back to top button