କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ୟୁଟ୍ୟୁବ୍ ସର୍ଟସରୁ ଆୟ କରିବାର ସୁଯୋଗ, ଜାରି ହେଲା ନୂଆ ଫିଚର

ନୂଆଦିଲ୍ଲୀ: ଆଜିକାଲି ସର୍ଟ ଭିଡିଓକୁ ଖୁବ୍ ପସନ୍ଦ କରାଯାଉଛି। ୟୁଜର୍ସ ସୋସିଆଲ ମିଡିଆରେ ସବୁଠୁ ଅଧିକ ସର୍ଟ ଭିଡିଓ ଦେଖିବାରେ ବିତାଉଛନ୍ତି। ଏହି କାରଣରୁ ୟୁଟ୍ୟୁବ୍ ଏହାର ପ୍ଲାଟଫର୍ମରେ ସର୍ଟ ଭିଡିଓ ଅର୍ଥାତ୍ ୟୁଟ୍ୟୁବ୍ ସର୍ଟ୍ସ ଫିଚର ଆଣିଥିଲା।

ଯାହାକି ଏବେ ପୂରା ଦୁନିଆରେ ଲୋକପ୍ରିୟ ମଧ୍ୟ ହୋଇପାରିଛି ।  ଆଉ କମ୍ପାନୀ ଏଥିରେ ଆୟର ଯୋଜନା କରୁଛି। କମ୍ପାନୀ। ତେବେ କେବଳ କମ୍ପାନୀ ନୁହେଁ କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ମଧ୍ୟ ୟୁଟ୍ୟୁବ୍ ସର୍ଟସରୁ ଆୟ କରିବାର ସୁଯୋଗ ମିଳିବ। ନିକଟରେ ୟୁଟ୍ୟୁବ୍ ସର୍ଟ ଭିଡିଓରେ ଆଡ୍ ଯୋଡ଼ିବା ଫିଚର ଆଣିଥିଲା। ୟୁଟ୍ୟୁବ୍ ସର୍ଟ୍ସରେ କ୍ରିଏଟର୍ସଙ୍କୁ ୪୫ ପ୍ରତିଶତ ଏବଂ କମ୍ପାନୀ ୫୫ ପ୍ରତିଶତ ଅଂଶ ରହିଥାଏ।

କମ୍ପାନୀ ୟୁଟ୍ୟୁବ ସର୍ଟ୍ସରେ ଏକ ନୂଆ ଫିଚର ଆଣିଛି । ଏହି ଫିଚରକୁ ଆମେରିକାର କିଛି କ୍ରିଏଟର୍ସ ଟେଷ୍ଟ କରିଛନ୍ତି। ଏହା ସାହଯ୍ୟରେ ୟୁଜର୍ସ ଭିଡିଓରେ ପ୍ରୋଡକ୍ଟକୁ ଟ୍ୟାଗ୍ କରିପାରିବେ। ଏହା ସହ ଭାରତ, ବ୍ରାଜିଲ୍, କାନାଡା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ୟୁଜର୍ସଙ୍କୁ ଟ୍ୟାଗ୍ ଏବଂ ଇଣ୍ଟରାକ୍ସନ ଅପ୍ସନ ମିଳିବ। ତେବେ ଧୀରେ ଧୀରେ ଏହା ସବୁ କ୍ରିଏଟର୍ସଙ୍କ ପାଇଁ ଉପଲବ୍ଧ ହେବ।

Related Articles

Back to top button