ଅର୍ଚ୍ଚନା ନାଗ୍‌ ମାମଲା: ଭୁବନେଶ୍ୱର ପରେ କଳାହାଣ୍ଡିରେ ଇଡି ପକ୍ଷରୁ ରେଡ୍‌

କଳାହାଣ୍ଡି: ଆକ୍ସନରେ ଇଡି। ରାଜ୍ୟରେ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରାବର ନେଇ ଇଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଆଜି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଥିବା ଅର୍ଚ୍ଚନା ନାଗଙ୍କ ପୈତୃକ ଘରକୁ ମଧ୍ୟ ଇଡି ପକ୍ଷରୁ ମଧ୍ୟ ଚଢାଉ କରାଯାଇଛି । ଘର ବାହାରେ ସିଆରପିଏଫଙ୍କ ବାହିନୀଙ୍କୁ ମୁତୟନ କରାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଇଡି ବିଭାଗର ଅଧିକାରୀ କରୁଛନ୍ତି।

ସେହିପରି ଅନ୍ୟପଟେ ଭବନେଶ୍ୱର ସତ୍ୟ ବିହାରସ୍ଥିତ ଘରେ ମଧ୍ୟ ଇଡିର ୫ ଜଣିଆ ଟିମ୍‌ ପକ୍ଷରୁ ଚଢାଉ ଆରମ୍ଭ କରିଛି । ଚଢାଉ ସମୟରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ୍‌ ବାହିନୀ ନିୟୋଜିତ ରହିଛନ୍ତି । ଚଢ଼ଉ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

Related Articles

Back to top button