ସପ୍ତାହରେ ୨୦,୦୦୦ ଡଲାର ତଳକୁ ଖସିଲା ବିଟକଏନ

ଦୁନିଆର ସବୁଠୁ ବଡ଼ କ୍ରିପ୍ଟୋକରେନ୍ସି ବିଟକଏନର ମୂଲ୍ୟ ୧୯୦୦୦ ଡଲାର ତଳକୁ ଖସିଛି। ୨୦୨୦ ଡିସେମ୍ୱର ପରେ ବିଟକଏନ ନିଜର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଦ୍ୱିତୀୟ ସବୁଠୁ ବଡ଼ କ୍ରିପ୍ଟୋକରେନ୍ସି ଇଥେରିୟମ(ETH) ମଧ୍ୟ ୧୦୦୦ ଡଲାର ତଳେ ପହଞ୍ଚିଛି।

କ୍ରିପ୍ଟୋ ବଜାର ପ୍ରତିଦିନ ନିବେଶକଙ୍କୁ ନୂଆ ନୂଆ ଝଟକା ଦେଉଛି। ବିଟକଏନଠୁ ଆରମ୍ଭ ଲାଇଟକଏନ ଏବଂ ପୋକ୍ଲାଡଟ ଯାଏଁ ଟପ ୧୦ରେ ସାମିଲ ପ୍ରାୟ ସବୁ କ୍ରିପ୍ଟୋକରେନ୍ସିରେ ଗତ କିଛି ଦିନରେ ବଡ଼ ହ୍ରାସ ରେକର୍ଡ କରାଯାଇଛି । ସ୍ଥିତି ଏପରି ହୋଇଛି ଯେ ଗୋଟିଏ ସପ୍ତାହରରେ କ୍ରିପ୍ଟୋକରେନ୍ସିର ମୋଟ ବଜାର ପୁଞ୍ଜି ଏକ ଲକ୍ଷ କୋଟି ଡଲାର ତଳେ ପହଞ୍ଚିଛି । ଜାନୁଆରୀ ୧୦ରେ କ୍ରିପ୍ଟୋ ବଜାର ଭେଲ୍ୟୁ ୧.୮୭ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଶନିବାର ୮୮ ହଜାର କୋଟି ଡଲାରରେ ପହଞ୍ଚିଛି।

ଏବେ ବିଟକଏନର ମୂଲ୍ୟ ୧୦ ପ୍ରତିଶତ ହ୍ରାସ ହୋଇ ୧୯,୦୪୦ ଡଲାର ରହିଛି । କଏନମାର୍କେଟ କ୍ୟାପର ପରିସଂଖ୍ୟାନ ଅନୁସାରେ, ଆଜି ଏହାର ମୂଲ୍ୟ ୧୮,୯୦୫ ଡଲାର ଯାଏଁ ତଳକୁ ଖସିଥିଲା। ଇଥୋରିୟମର ମୂଲ୍ୟ ୧୦ ପ୍ରତିଶତ ହ୍ରାସ ହୋଇ ୯୯୨ ଡଲାରରେ ପହଞ୍ଚିଛି।

ଦୁନିଆର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟକଏନର ମୂଲ୍ୟ ୯ ପ୍ରତିଶତ ତଳକୁ ଖସିଥିଲା। ଏବେ ଏହାର ମୂଲ୍ୟ ୧,୫୩,୫୮୪ ଟଙ୍କା ହ୍ରାସ ହୋଇ ୧୬,୦୯,୧୮୮ ଟଙ୍କା ରହିଛି । ଏହି ମୂଲ୍ୟରେ ବିଟକଏନର ବଜାର ପୁଞ୍ଜି ୩୧.୪ ଟ୍ରିଲିୟନରେ ପହଞ୍ଚିଛି । ଏହାପରେ ନିବେଶକଙ୍କ ଦ୍ୱିତୀୟ ପସନ୍ଦ ଥିବା ଇଥୋରିୟମର ମୂଲ୍ୟରେ ମଧ୍ୟ ୯.୨୩ ପ୍ରତିଶତର ବଡ଼ ହ୍ରାସ ରେକର୍ଡ ହୋଇଛି । ଏହାର ମୂଲ୍ୟ ୮,୪୯୯ ଟଙ୍କା କମି ୮୩,୬୧୮ ଟଙ୍କାରେ ପହଞ୍ଚିଛି । ଏହାସହ ଏହାର ବଜାର ପୁଞ୍ଜି ହ୍ରାସ ହୋଇ ୧୦.୫ ଟ୍ରିଲିୟନ ହୋଇଛି।

କ୍ରିପ୍ଟୋ ବଜାରରେ ଜାରି ହ୍ରାସ ଯୋଗୁଁ ନିବେଶକଙ୍କ ଚିନ୍ତା ବଢିଛି । ଏହି ସପ୍ତାହରେ ଅଧିକାଂଶ କ୍ରିପ୍ଟୋକରେନ୍ସିର ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଗୋଟିଏ ସପ୍ତାହରେ କ୍ରିପ୍ଟୋକରେନ୍ସି  ନିବେଶକଙ୍କୁ ୨୨ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ବିଟକଏନ ଏବଂ ଇଥୋରିୟମ ନିଜର ସର୍ବୋଚ୍ଚ ସ୍ତରରୁ ଏତେ ତଳକୁ ଖସିସାରିଛି ଯେ ନିକଟ ଭବିଷ୍ୟତରେ ଏଥିରେ ସୁଧାର ହେବାର ସମ୍ଭାବନା କମ ରହିଛି।

Related Articles

Back to top button