ଜିଏସ୍‌ଟି ଚୋରି ରୋକିବାକୁ ଡାଟା ଆନାଲିସିସ୍ ବ୍ୟବହାର କରୁଛନ୍ତି ଅଧିକାରୀ

ନୁଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା କର ପ୍ରଦାନରେ ଚୋରି ଏବଂ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସମଗ୍ର ଯୋଗାଣ ଶୃଙ୍ଖଳାରେ ପର୍ଯ୍ୟାପ୍ତ ଜିଏସ୍‌ଟି ପ୍ରଦାନ ହେଉଛି କିମ୍ବା ନାହିଁ, ଏହାର ଚିହ୍ନଟ କରିବା ପାଇଁ ଡାଟା ଆନାଲିସିସ୍ ବ୍ୟବହାର କରୁଛନ୍ତି ଜିଏସ୍‌ଟି ଅଧିକାରୀ । ମାର୍ଚ୍ଚ ୩୧, ୨୦୨୩ ଶେଷ ହୋଇଥିବା ଆର୍ଥୀକ ବର୍ଷରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଜିଏସଟି ଚୋରି ହୋଇଥିବା ଚିହ୍ନଟ ହୋଇଥିଲା, ଏହା ପରେ ଜିଏସ୍‌ଟି ଇଣ୍ଟେଲିଜେନ୍ସ ଡାଇରେକ୍ଟୋରେଟ ଜେନେରାଲ (ଡିଜିଜିଆଇ) ତୁରନ୍ତ ପ୍ରଭାବ ସହିତ ଜିଏସ୍‌ଟି ଚୋରୀକୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ଯାହା ଦ୍ୱାରା ଏହି ମାମଲା ନୋଟିସକୁ ଆସିପାରିବ ଏବଂ ଯଥା ଶୀଘ୍ର ସଂଶୋଧିତ ହୋଇପାରିବ ।

ନିଖୋଜ ଲିଙ୍କ୍‌’ ଚିହ୍ନଟ ସମ୍ପର୍କରେ ଜଣେ ଜିଏସ୍‌ଟି ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଏହି ବିଷୟରେ କହିଛନ୍ତି । ‘ଏଥିପାଇଁ ଏଣ୍ଡ-ଟୁ-ଏଣ୍ଡ’ ଆନାଲିଟିକ୍ସ ଏବଂ ‘ଗ୍ୟାପ୍ ବିଶ୍ଳେଷଣ’ ଏହି ସମସ୍ୟାକୁ ଶୀଘ୍ର ସଂଶୋଧନ କରିବା ପାଇଁ ବ୍ୟବହୃତ ହେଉଛି ।

ତେବେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ, ଜିଏସ୍‌ଟି ବିଭାଗ ମଧ୍ୟ ଆବଶ୍ୟକ ହେଲେ ଆଇନ କିମ୍ବା ଶୁଳ୍କରେ କିଛି ପରିବର୍ତ୍ତନ କରିପାରେ ଏବଂ ଏହି ଚୋରୀ ଯାଞ୍ଚ ପାଇଁ ଅନୁମୋଦନ ପାଇଁ ଏହାକୁ ଜିଏସ୍‌ଟି ପରିଷଦ ନିକଟରେ ଦାବି ରଖିପାରେ । ଏହା ସହିତ ଜିଏସ୍‌ଟି ଅଧିକାରୀ କହିଛନ୍ତି ଯେ ଯଦି କୌଣସି ଅଞ୍ଚଳରେ ଚୋରି ମାମଲା ସାମ୍ନାକୁ ଆସେ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ତଥ୍ୟ ଅନୁଯାୟୀ ବର୍ଷକୁ ବର୍ଷ ଆଧାରରେ ଜିଏସ୍‌ଟି ଚୋରୀ ବଢିବାରେ ଲାଗିଛି । ଯାହା ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ୧.୦୧ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ତେବେ ଏହି ସମୟରେ ଜିଏସ୍‌ଟି ଅଧୀକାରୀମାନେ ୨୧ ହଜାର କୋଟିରୁ ଅଧିକ ଟଙ୍କା ଜବତ କରିଛନ୍ତି । ସେହିପରି ଆର୍ଥିକ ବର୍ଷ ୨୩ରେ ଜିଏସ୍‌ଟି ଚୋରୀ ମାମଲା ୧୪,୦୦୦ରୁ ଅଧିକ ରହିଛି । ଯେତେବେଳେ କି ୨୦୨୧-୨୨ ରେ ଜିଏସ୍‌ଟି ଚୋରୀ ସଂଖ୍ୟା ୧୨,୫୭୪ ଏବଂ ୨୦୨୦-୨୧ ମସିହାରେ ୧୨,୫୯୬ ଥିଲା । ସେହିଭଳି ୨୦୧୭ରୁ ୨୦୨୩ ମଧ୍ୟରେ ଦେଶରେ ୩୪ ଲକ୍ଷ କୋଟିରୁ ଅଧିକ ଜିଏସ୍ଟି ଚୋରି ଧରାଯାଇଛି।

Related Articles

Back to top button