ଟ୍ୱିଟର ସିଇଓ ପଦ ଛାଡ଼ିଲେ ଏଲନ ମସ୍କ

ୱାଶିଂଟନ: ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ସିଇଓ ପଦରେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ନୂଆ ସିଇଓ ଏହି ଦାୟିତ୍ୱ ମ୍ଭାଳିବାକୁ ଥିବା ବେଳେ ମସ୍କ କମ୍ପାନୀର ଉତ୍ପାଦନ ପ୍ରତି ଧ୍ୟାନ ଦେବେ ବୋଲି ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଗୁରୁବାର ମସ୍କ ଟ୍ୱିଟ୍ କରି କହିଛନ୍ତି  “ମୁଁ ଘୋଷଣା କରି ଉତ୍ସାହିତ ମନେ କରୁଛି ଯେ ମୁଁ ଟ୍ୱିଟର ନୂଆ ସିଇଓଙ୍କୁ ନିଯୁକ୍ତି ଦେଇଛି। ୬ ସପ୍ତାହ ଭିତରେ ସେ ତାଙ୍କ କାମ ଆରମ୍ଭ କରିବେ।  ମୁଁ ସିଇଓ ପଦରୁ ଇସ୍ତଫା ଦେବାକୁ ଯାଉଛି। ମୁଁ ଏବେ ଟ୍ୱିଟରର ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଦ୍ୟୋଗିକ ଅଧିକାରୀ ଭାବେ କାମ କରି ଉତ୍ପାଦନ, ସଫ୍ଟୱେୟାର ଓ ସିସପ୍ସର ଦେଖାରେଖା କରିବି।”

ମସ୍କଙ୍କ ‘ସି’ ଉଚ୍ଚାରଣରୁ ନୂଆ ସିଇଓ ଜଣେ ମହିଳା ବୋଲି ସ୍ପଷ୍ଟ ହୋଇଥିବା ବେଳେ କାହାକୁ ନୂଆ ଦାୟିତ୍ୱ ମିଳିଲା ସେ ନେଇ କିନ୍ତୁ କୌଣସି ଖୁଲାସା ହୋଇ ନାହିଁ। ତେବେ ଟ୍ୱିଟରର ନୂଆ ସିଇଓ ଲିଣ୍ଡା ୟାକାରିନୋ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଲିଣ୍ଡା ଦୀର୍ଘ ୨୦ ବର୍ଷ ହେବ ମିଡିଆ କମ୍ପାନୀ ଏନ୍‌ବିସିୟୁନିଭର୍ସାଲ ସହ କାମ କରୁଛନ୍ତି। କମ୍ପାନୀ ବିଭିନ୍ନ ଶୀର୍ଷ ସ୍ଥାନରେ ନିଜର ଦାୟିତ୍ୱ ତୁଲାଇଛନ୍ତି। ବର୍ତ୍ତମାନ ସେ ଏନ୍‌ବିସିୟୁନିଭର୍ସାଲ କମ୍ପାନୀ ଗ୍ଲୋବାଲ ବିଜ୍ଞାପନ ଓ ପାର୍ଟନର୍ସିପ ବ୍ୟବସାୟ ଦାୟିତ୍ୱରେ ଅଛନ୍ତି।

Related Articles

Back to top button