ବିଦେଶୀ ନିବେଶକଙ୍କ କମୁଛି ବିଶ୍ୱାସ, ଜୁନରେ ରେକର୍ଡ ୫୦,୨୦୩ କୋଟି ଟଙ୍କାର ସେୟାର ବିକିଲେ

ଭାରତୀୟ ସେୟାର ବଜାରରୁ ମନ ଫେରାଇ ନେଉଛନ୍ତି ବିଦେଶୀ ନିବେଶକ ! ୨୦୨୨ ଜୁନରେ ଲଗାତାର ୯ ମାସରେ ବିଦେଶୀ ନିବେଶକମାନେ ଭାରତୀୟ ସେୟାର ମାର୍କେଟରୁ ନିଜର ଷ୍ଟକ୍ ବିକ୍ରି କରି କରିଛନ୍ତି । ଚଳିତ ବର୍ଷ ଜୁନରେ ବିଦେଶୀ ନିବେଶକମାନେ ୫୦,୨୦୩ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି । ଏହା ଗତ ଦୁଇ ବର୍ଷରେ ପୁଞ୍ଜି ପ୍ରତ୍ୟାହାରର ସର୍ବୋଚ୍ଚ ସ୍ତର । ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କର କଠୋର ଆଭିମୁଖ୍ୟ, ଉଚ୍ଚ ମୁଦ୍ରାସ୍ପୀତି ତଥା ଘରୋଇ ସେୟାର ମହଙ୍ଗା ହେବା ଯୋଗୁଁ ଏଫପିଆଇ ଲଗାତାର ନିଜ ସେୟାର ବିକ୍ରି କରୁଛନ୍ତି ।

୨୦୨୨ର ପ୍ରଥମ ଛଅ ମାସରେ ଫରେନ୍ ପୋର୍ଟଫୋଲିୟ ଇନଭେଷ୍ଟର୍ସ ଭାରତୀୟ ସେୟାର ବଜାରରୁ ୨.୨ ଲକ୍ଷ ଟଙ୍କା ବାହାର କରିସାରିଛନ୍ତି । ୨୦୦୮ ପରେ ଏହା ଏଫପିଆଇର ପୁଞ୍ଜି ପ୍ରତ୍ୟାହାରର ସବୁଠୁ ଉଚ୍ଚ ସ୍ତର । ୨୦୦୮ରେ ଏଫପିଆଇ ଘରୋଇ ସେୟାର ବଜାରରୁ ୫୨,୯୮୭ କୋଟି ଟଙ୍କା ପୁଞ୍ଜି ଫେରାଇ ନେଇଥିଲେ । ପରିସଂଖ୍ୟାନ ଅନୁସାରେ, ବିଦେଶୀ ପୋର୍ଟଫୋଲିଅ ନିବେଶକମାନେ ଜୁନ ମାସରେ ୫୦,୨୦୩ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି ।

ଡଲାର ତୁଳନାରେ ଟଙ୍କା ରେକର୍ଡ ଦୁର୍ବଳ ସ୍ତରରେ ପହଞ୍ଚିବା ଯୋଗୁଁ ବଜାରରେ ବିକ୍ରିର ଚାପ ରହିଛି । ଗତ ସପ୍ତାହରେ ଡାଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ୭୯ ଟଙ୍କାରେ ପହଞ୍ଚିଥିଲା। ବିଶେଷଜ୍ଞଙ୍କ ଚେତାବନୀ ଭବିଷ୍ୟତରେ ଏଫପିଆଇ ଆହୁରି ଅଧିକ ସେୟାର ବିକ୍ରି କରିପାରନ୍ତି।

Related Articles

Back to top button