ଜି-୨୦ ଶିଖର ସମ୍ମିଳନୀରେ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ: ୫ଟି ବିଦେଶୀ ବ୍ୟାଙ୍କ ମଧ୍ୟରେ ଏମଓୟୁ
ବାଲି: ଇଣ୍ଡୋନେସିଆର ବାଲିଠାରେ ଜି-୨୦ ଶିଖର ସମ୍ମିଳନୀରେ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ସଦସ୍ୟ ରାଷ୍ଟ୍ର । ସୀମା ପାର୍ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ପାଇଁ ୫ ଟି ବିଦେଶୀ ବ୍ୟାଙ୍କ ପରସ୍ପର ମଧ୍ୟରେ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏଗୁଡିକ ହେଉଛନ୍ତି ବ୍ୟାଙ୍କ ଇଣ୍ଡୋନେସିଆ, ବ୍ୟାଙ୍କ ନିଗାରା ମାଲେସିଆ, ଫିଲିପାଇନ୍ସ ବ୍ୟାଙ୍କ, ସିଙ୍ଗାପୁର ମନିଟାରୀ ଅଥରିଟି ଓ ବ୍ୟାଙ୍କ ଅଫ୍ ଥାଇଲାଣ୍ଡ । ଏମଓୟୁ ସ୍ୱାକ୍ଷର ବେଳେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ୱିଡୋଡୋ ଉପସ୍ଥିତ ଥିଲେ । ସମସ୍ତ ୫ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ ସେ ଖୁବ୍ ପ୍ରଶଂସା କରିଛନ୍ତି ।