ମେ’ ୧୯ ପର୍ଯ୍ୟନ୍ତ ଗୋ ଫାଷ୍ଟ ଏୟାରଲାଇନ୍ସର ସମସ୍ତ ବିମାନ ଉଡ଼ାଣ ରଦ୍ଦ

ନୂଆଦିଲ୍ଲୀ: ପରିଚାଳନା ଗତ କାରଣ ପାଇଁ ଗୋ ଫାଷ୍ଟର ସମସ୍ତ ବିମାନ ମେ’ ୧୯, ୨୦୨୩ ପର୍ଯ୍ୟନ୍ତ କ୍ୟାନସେଲ କରି ଦିଆଯାଇଛି। ଗୋ ଫାଷ୍ଟ ତା’ର ଟୁଇଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି। ଯାତ୍ରୀଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି ଏୟାରଲାଇନ୍ସ କହିଛି।

ଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରି ୱାଡିଆ ଗ୍ରୁପର କମ୍ପାନୀ କହିଛି ଯେ ବାତିଲ ହୋଇଥିବା ବିମାନରେ ଟିକେଟ ଫେରସ୍ତ ପୂର୍ବ ପରି ପ୍ରକ୍ରିୟା ଆଧାରରେ ଦିଆଯିବ। ଗୋ ଫାଷ୍ଟ କହିଛି ଯେ, ସମସ୍ୟାର ମୁକାବିଲା କରିବା ଏବଂ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଏହାର ଶୀଘ୍ର ସମାଧାନ ପାଇଁ ଆବେଦନ କରିଛି। ଖୁବ ଶୀଘ୍ର ବିମାନ ବୁକିଂ ସୁବିଧା ଆରମ୍ଭ ହେବ।

Related Articles

Back to top button