ସୁନା ଏବଂ ରୂପାର ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ: ବିବାହ ସିଜନରେ ସୁନାର ମୂଲ୍ୟରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ଆଜି ପୁଣି ଥରେ ଶସ୍ତା ହୋଇଛନ୍ତି ସୁନା ଏବଂ ରୂପା । ରୂପାର ମୂଲ୍ୟ ୨୬୦୦ ବି ଅଧିକ ଟଙ୍କା ଶସ୍ତା ହୋଇଛି । ସେପଟେ ସୁନାର ଦର ପରିବର୍ତ୍ତନ ପରେ ୭୦୦ରୁ ଅଧିକ ଟଙ୍କା ଶସ୍ତାରେ ପାଇପାରିବେ ଗ୍ରାହକ । ଏ ନେଇ HDFC Securities ସୂଚନା ଦେଇଛନ୍ତି । ତେବେ ସୁନା ଗହଣା କିଣିବାକୁ ଚାହୁଁଥିବା ଲୋକମାନେ ଏହାର ଫାଇଦା ଉଠାଇପାରିବେ ।

ଦିଲ୍ଲୀ ସରାଫା ବଜାରରେ ସୁନା ମୂଲ୍ୟ ୭୧୦ ଟଙ୍କାରୁ ବି ଅଧିକ ହ୍ରାସ ରେକର୍ଡ କରାଯାଇଛି । ଏହି ମୂଲ୍ୟ ପରିବର୍ତ୍ତନ ପରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦,୯୭୦ ଟଙ୍କାରେ ପହଞ୍ଚିଛି । ସେହିପରି ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପ୍ରତି ୬୧,୬୮୦ ଟଙ୍କାରେ ବନ୍ଦ ହୋଇଥିଲା । ଏହାବ୍ୟତୀତ ରୂପା ମୂଲ୍ୟ ମଧ୍ୟ କିଲୋ ପିଛା ୨୬୯୦ ଟଙ୍କା କମ୍ ହୋଇ ୭୩,୪୪୫ ଟଙ୍କାରେ ପହଞ୍ଚିଛି ।

ସୁନା ଗହଣା କିଣିବାକୁ ଯିବା ବେଳେ ଏହାର ହଲମାର୍କ ଦେଖି ହିଁ ଜିନିଷ କିଣନ୍ତୁ । ସୁନାର ଶୁଦ୍ଧତା ଜାଣିବା ପାଇଁ ଆପଣ ସରକାରୀ ଆପର ସାହାଯ୍ୟ ମଧ୍ୟ ନେଇପାରିବେ । ‘BIS Care app’ ଜରିଆରେ ସୁନାର ଶୁଦ୍ଧତା ଏବଂ ଏହା ଅସଲି ନା ନକଲି ଜଣାପଡିବ । ତେବେ କୌଣସି ସମସ୍ୟା ଦେଖିଲେ ଏହି ଆପ୍ ଜରିଆରେ ଅଭିଯୋଗ ମଧ୍ୟ କରିପାରିବେ ଗ୍ରାହକ । ତେବେ ଆପଣଙ୍କ ନିଜ ସହରରେ ସୁନାର ମୂଲ୍ୟ ଚେକ୍ କରିବା ପାଇଁ ଟୋଲ ଫ୍ରି ନମ୍ବର ଡାଏଲ କରିପାରିବେ । ଜାରି କରାଯାଇଥିବା ୮୯୫୫୬୬୪୪୩୩ ନମ୍ବରରେ ମିସ କଲ୍ ଦେଇ ଆପଣ ନିଜ ସହରର ସୁନା ମୂଲ୍ୟ ଜାଣି ପାରିବେ ।

Related Articles

Back to top button