ପାର୍ବଣରେ କମିଲା ସୁନା ଦର

ଦେଶର ଫ୍ୟୁଚର ମାର୍କେଟରେ ସୁନା ଲଗାତାର ଦ୍ୱିତୀୟ ଦିନ ଶସ୍ତା ହୋଇଯାଇଛି। ସେହିପରି ରୂପା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଲ ଇଣ୍ଡିଆ ବୁଲିୟନ ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ, ଦିଲ୍ଲୀର ଫ୍ୟୁଚର ବଜାରରେ ମଙ୍ଗଳବାର ଦିନ ସୁନାରେ ୧୦ ଦିନରୁ ଚାଲିଆସୁଥିବା ବୃଦ୍ଧି ଥମିଯାଇଛି ଏବଂ ଏହା ୨୦୦ ଟଙ୍କାର ହ୍ରାସ ସହ ୧୦ ଗ୍ରାମ ପିଛା ୭୮ ହଜାର ୧୦୦ ଟଙ୍କା ହୋଇଯାଇଛି। ସୋମବାର ଦିନ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୩୦୦ ଟଙ୍କା ଥିଲା। ବଜାରରେ ରୂପା କିଲୋଗ୍ରାମ ପିଛା ୯୨ ହଜାର ୫୦୦ ଟଙ୍କାରେ ଅପରିବର୍ତ୍ତିତ ରହିଛି।ଏହା ବ୍ୟତୀତ ୯୯.୫% ଶୁଦ୍ଧତାର ସୁନା ୨୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୭ ହଜାର ୭୦୦ ଟଙ୍କାରେ ପହଞ୍ଚିଛି। ସୋମବାର ଦିନ ଏହା ୭୭ ହଜାର ୯୦୦ ଟଙ୍କାରେ ବନ୍ଦ ହୋଇଥିଲା। ସୋମବାର ଦିନ ୧୦ ଗ୍ରାମ ପିଛା ୭୭ ହଜାର ୯୦୦ ଟଙ୍କାରେ ବନ୍ଦ ହୋଇଥିଲା। ସେହିପରି ରୂପା ମଧ୍ୟ ୪୪୧ ଟଙ୍କା ଅର୍ଥାତ ୦.୪% ବଢି କିଲୋଗ୍ରାମ ପିଛା ୯୧ ହଜାର ୧୬୦ ଟଙ୍କାରେ ପହଞ୍ଚିଛି।

Related Articles

Back to top button