ସୁନା ଦାମ୍‌ ୬୬୫୮ ଟଙ୍କା ପ୍ରତି ୧୦ ଗ୍ରାମ୍‌ରେ ହୋଇଛି ଶସ୍ତା

ସୁନା ଦାମ୍‌ ପୁଣି ହ୍ରାସ ହୋଇଥିବା ଦେଖାଯାଇଛି । ସୁନା ଦାମ୍‌ ୬୬୫୮ ଟଙ୍କା ପ୍ରତି ୧୦ ଗ୍ରାମ୍‌ରେ ଶସ୍ତା ହୋଇଛି । ସୁନା ଦର ହ୍ରାସ ହେବାର କାରଣ ଆମେରିକା ଓ ଚୀନ ମଧ୍ୟରେ ଚାଲୁଥିବା ଟ୍ରେଡ୍‌ ୱାର ଶେଷ ହେବାର ଆଶା ବୃଦ୍ଧି ପାଇବା ପରେ ଉଭୟ ଦେଶ ପରସ୍ପର ସହ ବୁଝାମଣା ପାଇଁ ଯେକୌଣସି ମୁହୂର୍ତ୍ତରେ ରାଜି ହୋଇ ପାରନ୍ତି ବୋଲି କୁହାଯାଉଛି ।ସୁନା ଦାମ୍‌ ଲକ୍ଷେ ଟଙ୍କା ପାର୍‌ ହେବା ପରେ ଗତ କିଛି ଦିନ ହେବ ସୁନା ଦାମ୍‌ ଧିରେ ଧିରେ ହ୍ରାସ ହେଉଥିବା ଦେଖାଯାଉଛି । ସୁନା ଦାମ୍‌ ଦିଲ୍ଲୀରେ ୯୨,୬୫୦ ଟଙ୍କା ପ୍ରତି ୧୦ ଗ୍ରାମ୍‌ରେ ଓ ମୁମ୍ବାଇରେ ୯୨,୮୧୦ ଟଙ୍କା ପ୍ରତି ୧୦ ଗ୍ରାମ୍‌ରେ ରହିଛି ।୨୪ କ୍ୟାରେଟ୍‌ ସୁନା ଦାମ୍‌ ୯୩,୯୫୪ ଟଙ୍କା ପ୍ରତି ୧୦ ଗ୍ରାମ୍‌କୁ ରହିଥିବା ବେଳେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୮୬,୦୬୨ ଟଙ୍କା ୧୦ ଗ୍ରାମ୍‌କୁ ରହିଛି । ସେହିପରି ୧୮ କ୍ୟାରେଟ୍‌ ସୁନା ଦାମ୍‌ ୭୦, ୪୬୬ ଟଙ୍କା ରହିଛି ।

Related Articles

Back to top button