କମିଲା ସୁନା ବଢିଲା ରୁପାର ଦାମ୍

ନୂଆଦିଲ୍ଲୀ: କମିଲା ସୁନାର ଦାମ୍ । ଭାରତୀୟ ଗହଣା ବଜାର ସୋମବାର ସୁନା ଓ ରୁପାର ଦାମ୍ ଜାରି କରାଯାଇଛି । ସପ୍ତାହର ପ୍ରଥମ ଦିନରେ ମୂଲ୍ୟବାନ ଧାତୁର ଦାମ୍ କମିଥିବା ଦେଖିବାକୁ ମିଳିଛି । ତେବେ ରୁପା ମହଙ୍ଗା ହୋଇଛି । ୯୯୯ ଶୁଦ୍ଧତା ବିଶିଷ୍ଟ ଶୁଦ୍ଧତାର ସୁନା ଦାମ୍ ୫୧୯୬୮ଟଙ୍କାରେ ପହଁଚିଛି । ସେହିପରି ରୁପାର ଦାମ୍ ୫୭୩୮୦ ଟଙ୍କା ହୋଇଯାଇଛି ।

ସୂଚନାନୁସାରେ, ଦିନକୁ ଦୁଇ ଥର ସୁନା ଓ ରୁପା ଦାମ୍ ଜାରି କରାଯାଇଥାଏ । ଆଇ ବଜାରରେଟସର ରିପୋର୍ଟ ଅନୁସାରେ, ୯୯୫ ଶୁଦ୍ଧତା ବିଶିଷ୍ଟ ସୁନା ୫୧୭୦ ଟଙ୍କାରେ ମିଳୁଛି । ୯୧୬ ଶୁଦ୍ଧତାର ସୁନା ୪୭୬୦୩ ଟଙ୍କା ହୋଇଯାଇଛି । ଏତତ୍ ବ୍ୟତୀତ ୭୫୦ ଶୁଦ୍ଧତାର ସୁନା ୩୮୯୭୬ ଟଙ୍କାରେ ପହଁଚିଛି । ଆହୁରି ମଧ୍ୟ ୫୮୫ ଶୁଦ୍ଧତାର ସୁନା ଆଜି ୩୦୪୦୧ ଟଙ୍କାରେ ବିକ୍ରି ହେଉଛି ।

ସୁନା ଓ ରୁପାର ଦାମ୍ ପୂର୍ବଦିନ ଅପେକ୍ଷା ସାମାନ୍ୟ ପରିବର୍ତ୍ତନ ହୋଇଛି । ୯୯୯ ଓ ୯୯୫ ଶୁଦ୍ଧତାର ସୁନା ୫୧ ଟଙ୍କା ଶସ୍ତା ହୋଇଛି । ୯୧୬ ଶୁଦ୍ଧତାର ସୁନା ୪୬ ଟଙ୍କା, ୭୫୦ ଶୁଦ୍ଧତାର ସୁନା ୩୮ ଟଙ୍କା ଓ ୫୮୫ ଶୁଦ୍ଧତାର ସୁନା ୩୦ ଟଙ୍କା ଶସ୍ତା ହୋଇଛି । ୯୯୯ ଶୁଦ୍ଧତା ବିଶିଷ୍ଟ ରୁପା ୧୮ ଟଙ୍କା ବଢିଛି ।

Related Articles

Back to top button