୬୦ଟି ଆଣ୍ଡ୍ରଏଡ୍ ମୋବାଇଲ ଆପରେ ରହିଛି ‘ଗୋଲ୍ଡୋସନ’ ମାଲୱେର

ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଣ୍ଟର ବ୍ୟବହାର ଯେତିକି ମାତ୍ରାରେ ବଢ଼ିବାରେ ସେତିକି ମାତ୍ରାରେ ସାଇବର ଫ୍ରଡ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ୟୁଜର୍ସଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଗୁଗଲ ପ୍ଲେ ଷ୍ଟୋର ଆପରେ ଏକ ଭୟଙ୍କର ମାଲୱେର ‘ଗୋଲ୍ଡୋସନ’ର ସନ୍ଧାନ କରାଯାଇଛି । ଏହି ଆପର ସଂଖ୍ୟା ପାଖାପାଖି ୬୦ ରହିଥିବା ବେଳେ ଏହାକୁ ପାଖାପାଖି ୧୦୦ ମିଲିଅନ ଅର୍ଥାତ ୧୦ କୋଟି ଥର ଡାଉନଲୋଡ୍ କରାଯାଇଛି ।

ଏହି ସୂଚନା ନିଶ୍ଚିତ ଭାବେ ସମସ୍ତ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ । McAfeeର ରିସର୍ଚ୍ଚ ଟିମ ଦ୍ୱାରା ଏହି ମାଲୱେରର ସନ୍ଧାନ କରାଯାଇଛି । ଏହି ମାଲୱେର ଲୋକଙ୍କର ସମ୍ବେଦନଶୀଳ ଡାଟାକୁ ଏକତ୍ର କରିବାରେ ସକ୍ଷମ ଅଟେ । ଏହି ଡାଟା ମଧ୍ୟରେ ୟୁଜର୍ସ ଇନଷ୍ଟଲ କରିଥିବା ଆପ୍ସ, ୱାଇଫାଇ ଓ ବ୍ଲଟୁଥ ସହ ଜଡ଼ିତ ଡିଭାଇସ ଓ ଜିପିଏସର ତଥ୍ୟ ସାମିଲ ରହିଛି ।

ଏକ ରିପୋର୍ଟ ମୁତାବକ, ଏହି ଘାତକ ମାଲୱେରକୁ ଏକ ଥାର୍ଡ ପାର୍ଟି ଲାଇବ୍ରେରୀ ସହିତ ଯୋଡ଼ା ଯାଇଛି । ସେଥିରେ ଡେଭଲପର୍ସ ଅଜାଣତାରେ ଏହି ୬୦ଟି ଆପ୍ସକୁ ସାମିଲ କରିଦେଇଥିଲେ । ଏବେ ଏହି ସବୁ ଆପ୍ସ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଥିବା ବେଳେ ଏହାକୁ ମିଲିଅନ ସଂଖ୍ୟାରେ ଡାଉନଲୋଡ୍ କରାଯାଇଛି । ତେବେ ଏହି ମାଲୱେର ୟୁଜର୍ସଙ୍କ ବିନା ଅନୁମତିରେ ବ୍ୟାକଗ୍ରାଉଣ୍ଡରେ ବିଜ୍ଞାପନ ଉପରେ କ୍ଲିକ କରି ଧୋକ୍କାବାଜି କରିପାରିବ ବୋଲି ରିପୋର୍ଟରୁ ଜଣାପଡ଼ିଛି । ଏହି ମାଲୱେର ପ୍ରଭାବରେ ଡିଭାଇସ ଶୀଘ୍ର ଗରମ ହେବା ସହିତ ବ୍ୟାଟେରୀର କ୍ଷମତା ଜଲଦି ସମାପ୍ତ ହୋଇଯିବ । ଏଥିସହିତ ୟୁଜର୍ସ ଇଣ୍ଟରନେଟ ବ୍ୟବହାର ନକରି ମଧ୍ୟ ଅତ୍ୟଧିକ ମାତ୍ରାରେ ଡାଟା ସମାପ୍ତ ହୋଇଯିବ । ତେବେ ନିଜ ଡିଭାଇସକୁ ‘ଗୋଲ୍ଡୋସନ’ ଓ ଅନ୍ୟ ମାଲୱେର ଠାରୁ ସୁରକ୍ଷିତ ରଖିବା ପାଇଁ ସତର୍କ ରହିବା ଜରୁରୀ । ଥାର୍ଡ ପାର୍ଟି ଆପ ଷ୍ଟୋରଠାରୁ ଦୂରେଇ ରୁହନ୍ତୁ । ସର୍ବଦା ଗୁଗଲ ପ୍ଲେ ଷ୍ଟୋର ପରି ବିଶ୍ୱସନୀୟ ସ୍ରୋତରୁ ଆପ ଡାଉନଲୋଡ କରନ୍ତୁ ।

Related Articles

Back to top button