ବନ୍ଦ ହୋଇଯିବ ଗୁଗଲର ଷ୍ଟ୍ରିଟ୍ ଭ୍ୟୁ ଆପ୍‌, ୨୦୨୩ ମାର୍ଚ୍ଚ ସୁଦ୍ଧା ସପୋର୍ଟ ସେବା ବନ୍ଦ ହୋଇଯିବ

ନୂଆଦିଲ୍ଲୀ:ଗୁଗଲ ଏହାର ଏକ ଆପ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଗୁଗଲ ଏହାର ଡେଡିକେଟେଡ ଷ୍ଟ୍ରିଟ୍ ଭ୍ୟୁ ଆପ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି କରିଛି। କମ୍ପାନୀ କହିଛି ଯେ ୨୦୨୩ ରେ ଏହି ସେବା ବନ୍ଦ ହୋଇଯିବ। କମ୍ପାନୀ ଏଥିପାଇଁ ୟୁଜର୍ସଙ୍କୁ ଏକ ନୋଟିସ୍ ଜାରି କରିଛି। ୨୦୨୩ ମାର୍ଚ୍ଚ ୨୧ ରୁ ଏହି ଆପ୍ ବନ୍ଦ ହୋଇଯିବ। ବର୍ତ୍ତମାନ ଏହି ଆପ୍ ଆଇଓଏସ ଏବଂ ଆଣ୍ଡ୍ରଏଡ୍ ଉଭୟ ପ୍ଲାଟଫର୍ମରେ ଉପଲବ୍ଧ ଅଛି। ଏହି ଆପ୍ ୟୁଜର୍ସଙ୍କୁ ଷ୍ଟ୍ରିଟ୍ ଭ୍ୟୁ ସହ ଗୁଗଲ ମ୍ୟାପ୍‌ରେ ସ୍ଥାନକୁ ଯାଞ୍ଚ କରିବାରେ ଅନୁମତି ଦେଇଥାଏ।

ତେବେ କମ୍ପାନୀ ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି ଯେ, ୨୧ ମାର୍ଚ୍ଚ ୨୦୨୩ରୁ ବନ୍ଦ ହେବାକୁ ଯାଉଛି। ୟୁଜର୍ସଙ୍କୁ ୩୬୦ ଭିଡିଓ ପବ୍ଲିଶ କରିବା ପାଇର୍ ଷ୍ଟ୍ରିଟ୍ ଭ୍ୟୁ ଷ୍ଟୁଡିଓକୁ ସ୍ବିଚ୍ କରନ୍ତୁ। ଏଣିକି ଷ୍ଟ୍ରିଟ୍ ଭ୍ୟୁ ଦେଖିବା ପାଇଁ  ଏବଂ ଫଟୋ ସ୍ପିୟର ଯୋଡ଼ିବା ପାଇଁ , ଗୁଗଲ ମ୍ୟାପ୍ସ ଦ୍ବାରା କରିପାରିବେ। ତେବେ ଷ୍ଟ୍ରିଟ୍ ଭ୍ୟୁ ଡେଡିକେଟେଡ୍ ଆପ୍‌ରେ ବ୍ୟବହାର ହ୍ରାସ ପାଉଥିଲା। ଏଥିପାଇଁ ଗୁଗଲ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

Related Articles

Back to top button