ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସହ ଏକ କୋଟି ଟଙ୍କା ଠକାମୀର ଶିକାର

ନୂଆଦିଲ୍ଲୀ: ଭ୍ୟାକ୍ସିନ ନିର୍ମାଣ କରୁଥିବା ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଠକାମୀର ଶିକାର ହୋଇଛି । କମ୍ପାନି ଏକ କୋଟି ଟଙ୍କାର ଠକେଇ ଶିକାର ହୋଇଥିବା ଜଣାପଡିଛି । ଠକେଇ ନେଇ ପୁନେ ପୋଲିସରେ ଅଭିଯୋଗ କରାଯାଇଛି । ଦୁର୍ବୃତ୍ତମାନେ ଏସଆଇଆଇର ମୁଖ୍ୟ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଦାର ପୁନେୱାଲାଙ୍କ ନାଁରେ ମେସେଜ୍ ପଠାଇ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ ।

ପୋଲିସ ସୂଚନା ଅନୁସାରେ ଠକେଇ ଏହି ଘଟଣା ବୁଧବାର ଏବଂ ଗୁରୁବାର ମଝିରେ ହୋଇଥିଲେ । ଅଭିଯୋଗ ପରେ ଠକେଇ ଏବଂ ଅପରାଧ ମାମଲାରେ ଅଜଣା ବ୍ୟକ୍ତିଙ୍କ ନାଁରେ ଏଫଆଇଆର ରୁଜୁ କରିଛି । ପ୍ରାଥମିକ ସୂଚନା ଅନୁସାରେ, ଏସଆଇଆଇର ନିର୍ଦ୍ଦେଶଙ୍କ ମଧ୍ୟରୁ ଜଣେ ସତୀଶ ଦେଶପାଣ୍ଡେଙ୍କୁ ଜଣେ ବ୍ୟକ୍ତି ହ୍ୱାଟ୍ସଆପରେ ମେସେଜ କରିଥିଲେ। ଏଥିରେ ବ୍ୟକ୍ତି ଜଣଙ୍କ ନିଜକୁ ଅଦାର ପୁନାୱାଲା ବୋଲି କହିଥିଲେ। ମେସେଜରେ କିଛି ବ୍ୟାଙ୍କ ଆକାଉଣ୍ଟରେ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିବାକୁ କୁହାଯାଇଥିଲା।

କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମେସେଜ ଭାବି ନିର୍ଦେଶକ ପାଣ୍ଡେ ୧ କୋଟିରୁ ଅଧିକ ଟଙ୍କା ଅନଲାଇନ ଟ୍ରାନ୍ସଫର କରିଥିଲେ । ତେବେ ପନାୱାଲା ଏପରି କୌଣସି ସେସେଜ ପଠାଇ ନଥିବା ଜଣାପଡିଥିଲା। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Related Articles

Back to top button