
୪୮ତମ ଜିଏସ୍ଟି ପରିଷଦ ବୈଠକ: କୌଣସି ଦ୍ରବ୍ୟ ଉପରେ ବଢିଲା ନାହିଁ କର
ନୂଆଦିଲ୍ଲୀ: ଅଥର୍ମନ୍ତ୍ରୀ ନିମର୍ଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୪୮ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଥର୍ରାଷ୍ଟ୍ର ମନ୍ତ୍ରୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ଅଥର୍ମନ୍ତ୍ରୀ ଓ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଅନେକ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଦ୍ରବ୍ୟ ଉପରେ କର ବୃଦ୍ଧି କରାଯାଇ ନାହିଁ ।
ଏହି ବୈଠକ ଆରମ୍ଭରୁ ହିଁ ଅଥର୍ମନ୍ତ୍ରୀ ନିମର୍ଳା ସୀତାରମଣ ସ୍ପଷ୍ଟ କରି କରିଦେଇଥିଲେ ଯେ, ସମୟର ଅଭାବରୁ ଆଜି ଟବାଖୁ ଏବଂ ଘୁଟକା ଉପରେ ଲାଗୁଥିବା ଟ୍ୟାକ୍ସ ଉପରେ ଆଲୋଚନା ହୋଇ ପାରିବ ନାହିଁ। ଏହା ସହିତ କୌଣସି ଜିନିଷ ଉପରେ ମଧ୍ୟ ଜିଏସ୍ଟି ବୃଦ୍ଧି ପାଇନାହିଁ। ତେବେ ଆଜିର ବୈଠକରେ ଟ୍ୟାକ୍ସ ଚୋରୀ ଉପରେ ମଧ୍ୟ ଏକ ବଡ଼ ନିଷ୍ପତି ନିଆଯାଇଛି । ସେହିପରି ବାୟୋଫୁଏଲ୍କୁ ନେଇ ମଧ୍ୟ ବଡ଼ ନିଷ୍ପତି ହୋଇଛି । ଏହା ଉପରେ ଲାଗୁଥିବା ୩୦ ପ୍ରତିଶତ ଟ୍ୟାକ୍ସକୁ ହ୍ରାସ କରି ୫ ପ୍ରତିଶତ କରି ଦିଆଯାଇଛି ।