ଦୁଇ ଦିନିଆ ଜିଏସ୍ଟି କାଉନ୍ସିଲ୍ ବୈଠକ ସରିଲା, ଜାଣନ୍ତୁ କେଉଁ ସେବା ଏବଂ ଦ୍ରବ୍ୟ ହେଲା ଶସ୍ତା
ନୂଆଦିଲ୍ଲୀ, ୨୯/୦୬: ଜିଏସ୍ଟି କାଉନ୍ସିଲର ୪୭ତମ ବୈଠକ ଶେଷ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଦୁଇ ଦିନିଆ ବୈଠକରେ ଜିଏସ୍ଟି ରେଟ୍ ଚାର୍ଟରେ ପରିବର୍ତ୍ତନ କରାଯାଇଛି । ଏନେଇ ବୈଠକରେ ରେଟ୍ରେ ହୋଇଥିବା ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଛି । ଫଳରେ ଏହା ଅଧିନରେ ଆସୁଥିବା କିଛି ଦ୍ରବ୍ୟ ମହଙ୍ଗା ହୋଇଛି । ଏହି ବୈଠକରେ ଅର୍ଥମନ୍ତ୍ରୀଙ୍କ ସମେତ ସମସ୍ତ ରାଜ୍ୟର ପ୍ରତିନିଧିମାନେ ଯୋଗଦେଇଥିଲେ ।
ବୈଠକରେ ହୋଇଥିବା ନିଷ୍ପତ୍ତି-
ପ୍ୟାକ୍ ହୋଇନଥିବା ମାଂସ, ମାଛ, ଲସି, ଛେନା, ମହୁ, ଶୁଖିଲା ପନିପରିବା, ଲହୁଣୀ, ଗହମ ଓ ଅନ୍ୟାନ୍ୟ ଶସ୍ୟ, ଅଟା ଓ ମଇଦା, ଗୁଡ଼, ମୁଢ଼ି, ଜୈବିକ ଖତ ଏବଂ କମ୍ପୋଷ୍ଟ ଖତ ଆଦି ଏବେ ଆଉ ଜିଏସ୍ଟିରୁ ବର୍ତ୍ତି ପାରିନାହାନ୍ତି । ଅର୍ଥାତ୍ ଏଗୁଡ଼ିକୁ ଉପରେ ଏବେ ୫ ପ୍ରତିଶତ କର ଦେବାକୁ ପଡ଼ିବ ।
ଅନ୍ୟପଟେ ଜିଏସ୍ଟି କାଉନ୍ସିଲ୍ ଖାଇବା ତେଲ, କୋଇଲା, ଏଲ୍ଇଡି ଲ୍ୟାମ୍ପ୍ସ, ପ୍ରିଣ୍ଟିଂ ଏବଂ ଡ୍ରଇଙ୍ଗ୍ ଇଙ୍କ୍, ଚମଡ଼ା ଓ ସୋଲାର ୱାଟର ହିଟର ଅଦିର ରେଟ୍ରେ ପରିବର୍ତ୍ତନ କରିବା ପାଇଁ ସୁପାରିଶ କରିଛନ୍ତି ।
ଚେକ୍ ଇସ୍ୟୁ ବେଳେ ବ୍ୟାଙ୍କ୍ ଚାର୍ଜ କରୁଥବା ଫିସ୍ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗିବା ନେଇ କାଉନ୍ସିଲ୍ କହିଛି ।
ମ୍ୟାପ୍, ଚାର୍ଟ, ଆଟ୍ଲାସ୍ରେ ୧୨ ପ୍ରତିଶତ ଜିଏସ୍ଟି ଆଦାୟ ହେବ
ବ୍ରାଣ୍ଡ ନଥିବା ଏବଂ ପ୍ୟାକ୍ ହୋଇନଥିବା ଦ୍ରବ୍ୟ ଉପରେ ପୂର୍ବ ପରି ଜିଏସ୍ଟି ଛାଡ଼ କରାଯାଇଛି ।
ପୂର୍ବରୁ ଜିଏସ୍ଟି ଅନ୍ତର୍ଗତ ଆସୁନଥିବା ୧୦୦୦ ଟଙ୍କାରୁ କମ୍ ହୋଟେଲ୍ ରୁମ୍ ପାଇଁ ଏବେ ୧୨ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ ।
ରାଜ୍ୟ ଭିତରେ କାରବାର ହେଉଥିବା ସୁନା, ଅଳଙ୍କାର, ବିଭିନ୍ନ ମୂଲ୍ୟବାନ ପଥର ଆଦିରେ ରାଜ୍ୟମାନେ ଏକ ନିର୍ଦ୍ଧିଷ୍ଟ କାରବାର ପରେ ଇଲେକ୍ଟ୍ରୋନିକ୍ସ ବିଲ୍ ବାଧ୍ୟତାମୂଳକ କରିପାରିବେ ବୋଲି କାଉନ୍ସିଲ୍ କହିଛି ।
ଏହାଛଡ଼ା କ୍ୟାସିନୋ, ଅନ୍ଲାଇନ୍ ଗେମ୍ ଏବଂ ଘୋଡ଼ା ଦୌଡ଼ରେ ୨୮ ପ୍ରତିଶତ ଜିଏସ୍ଟି ଲାଗିବା ନେଇ ମଧ୍ୟ କାଉନ୍ସିଲ୍ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।