ଡିସେମ୍ବରରେ ରେପୋ​‌ ରେଟ୍ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କରିପାରେ ଆରବିଆଇ

ନୂଆଦିଲ୍ଳୀ: ନିକଟ ଅତୀତରେ ରିଜର୍ଭ ବ୍ୟାଙ୍କ ଅନେକ ଥର ରେପୋ ରେଟ୍ ବୃଦ୍ଧି କରିଛି। ଏବେ ଏକ ନୂଆ ସର୍ଭେ ଅନୁଯାୟୀ, ବିଶେଷଜ୍ଞଙ୍କ ମତରେ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍‌ରେ ବୃଦ୍ଧି ଜାରି ରଖିପାରେ। ଅର୍ଥନୀତି ବିଶାରଦଙ୍କ ଅନୁଯାୟୀ  ଆରବିଆଇ ଡିସେମ୍ବରରେ ରେପୋ​‌ ରେଟ୍ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କରିପାରେ। ଫଳରେ ଏହା ୬.୨୫ ପ୍ରତିଶତ ହୋଇପାରେ।

ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଆସନ୍ତା ବର୍ଷ ଆରମ୍ଭରେ ମୁଦ୍ରାସ୍ଫୀତି ଚାପକୁ ରୋକିବା ପାଇଁ ଏକ ସାଧାରଣ ପ୍ରଚେଷ୍ଟା। ଅକ୍ଟୋବରରେ ମୁଦ୍ରାସ୍ଫୀତି ୬.୭୭ % ପର୍ଯ୍ୟନ୍ତ କମ୍ ହୋଇଯାଇଥିଲା। କିନ୍ତୁ ଯଦି ଆରବିଆଇ ରେପୋ ରେଟରେ ଏହି ବୃଦ୍ଧି କରୁଛି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଇଏମଆଇ ମଧ୍ୟ ବଢ଼ିଯିବ ଏବଂ ଋଣ ମହଙ୍ଗା ହେବ।

Related Articles

Back to top button