୧ କେଜିରେ ୪୦୦ କିମି ଚାଲିବ ହାଇଡ୍ରୋଜେନ୍ କାର: ନିତିନ ଗଡ଼କରି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲର ବିକଳ୍ପ ଉପରେ ଗୁରୁତ୍ବ ଦିଆଯାଉଛି । ଏହି କ୍ରମରେ ହାଇଡ୍ରୋଜେନ୍ ଇନ୍ଧନକୁ ବିକଳ୍ପ ଭାବରେ ଦେଖଯାଉଛି। ଭାରତ ସରକାର ଲଗାତାର ଇଲେକ୍ଟ୍ରିକ୍ ଏବଂ ବାୟୋ ଫୁଏଲ ଦ୍ବାରା ପରିଚାଳିତ ବାହନ ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି। ଏହାରି ମଧ୍ୟରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ସାଧାରଣ ଲୋକଙ୍କୁ କେବେ ଠାରୁ ହାଇଡ୍ରୋଜନ୍ କାର୍ ମିଳିବ ସେନେଇ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ମଙ୍ଗଳବାର ଜି ଅଟୋ ଆଓ୍ବାର୍ଡସ ୨୦୨୨ ରେ ଏନେଇ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଭାରତର ପ୍ରଥମ ହାଇଡ୍ରୋଜେନ୍ କାରରେ ପହଞ୍ଚିଥିଲେ।

ପ୍ରକୃତରେ ହାଇଡ୍ରୋଜନ୍ କାର୍‌ର ନିର୍ମାଣ ଏବେ ଭାରତରେ ହେବ। ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ହାଇଡ୍ରୋଜେନ୍ ତିନିଟି ଉପାୟରେ ତିଆରି କରାଯାଉଛି। ବ୍ଲାକ୍ ହାଇଡ୍ରୋଜନ୍ ଏହା କୋଇଲାରୁ ପ୍ରସ୍ତୁତ ହେଉଛି। ବ୍ରାଉନ୍ ହାଇଡ୍ରୋଜେନ୍ ଏହା ପେଟ୍ରୋଲିୟମରୁ ପ୍ରସ୍ତୁତ ହେଉଛି ଏବଂ ଗ୍ରୀନ ହାଇଡ୍ରୋଜେନ୍ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି।

ଗଡ଼କରୀ କହିଛନ୍ତି ,‘‘ ଆମେ ନଗର ପାଳିକାର ଆବର୍ଜନାରୁ ଗ୍ରୀନ ଇନ୍ଧନ ପ୍ରସ୍ତୁତ କରିବାକୁ ଚାହୁଛୁ। ଆମେ ଏବେ ଇନ୍ଧନ ଆମଦାନୀ ନୁହେଁ ବରଂ ରପ୍ତାନୀ କରିବାକୁ ଚାହୁଛନ୍ତି।’’ ନିତିନ ଗଡ଼କରୀଙ୍କ  ଅନୁଯାୟୀ ଭାରତରେ ଦେଢ଼ରୁ ଦୁଇ ବର୍ଷରେ ଲୋକେ ହାଇଡ୍ରୋଜନ୍ କାର୍ ଚଳାଇପାରିବେ। ସେ କହିଛନ୍ତି ଯେ ୮୦ ଟଙ୍କାରେ ପ୍ରତିକିଲୋରେ ହାଇଡ୍ରୋଜେନ୍ ମିଳିବା ନେଇ ଚେଷ୍ଟା କରାଯାଉଛି। ୧ କେଜି ହାଇଡ୍ରୋଜନ୍ ରେ କାର୍‌ ୪୦୦ କିଲୋମିଟର ଚାଲିପାରିବ।

Related Articles

Back to top button