ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାରେ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଲାଗିବନି ଟ୍ୟାକ୍ସ

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ପ୍ରଦାନକାରୀଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ୨୦୨୩ ବଜେଟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଥିଲା । ମାତ୍ର ଜନସାଧାରଣ ଯଦି ଏକ ସ୍ୱତନ୍ତ୍ର ନିୟମକୁ ଫଲୋ କରିବେ ତେବେ ଏ କ୍ଷେତ୍ରରେ ସେମାନଙ୍କୁ ଫାଇଦା ମିଳିପାରେ । ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ ଆପଣଙ୍କୁ ଆଉ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବନି । ଏକ୍ସପର୍ଟଙ୍କ ମତରେ, ଯଦି ଆପଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ରିହାତି ପାଇବାକୁ ଚାହୁଁଛନ୍ତି, ତେବେ ଟ୍ୟାକ୍ସ ଫ୍ରି ପାଇବାକୁ ହେଲେ ଆପଣଙ୍କୁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାକୁ ବାଛିବାକୁ ପଡ଼ିବ ।

ଗତ ବଜେଟରେ ଅର୍ଥମନ୍ତ୍ରୀ ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ବେସିକ ଟ୍ୟାକ୍ସର ଛାଡ଼ ସୀମା ବୃଦ୍ଧି କରିଥିଲେ । ଅନ୍ୟପକ୍ଷରେ ପୁରୁଣା ଟ୍ୟାକ୍ସ ସିଷ୍ଟମରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା । ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାରେ ହୋମ ଲୋନଠାରୁ ଆରମ୍ଭ କରି ବୀମା ପଲିସୀ ପର୍ଯ୍ୟନ୍ତ ଟ୍ୟାକ୍ସ ସେଭିଂ ସୁବିଧା ମିଳୁଛି । ମିଡ଼ିଆ ରିପୋର୍ଟ ମୁତାବକ, ଚାକିରିଆମାନେ ପ୍ଲାନିଂ କରି ୧୦ ଲକ୍ଷ ଟଙ୍କାର ଆୟ ଉପରେ ଟ୍ୟାକ୍ସ ଫ୍ରି ସୁବିଧା ପାଇପାରିବେ । ଯଦି ଟ୍ୟାକ୍ସପେୟର ପୁରୁଣା ଟ୍ୟାକ୍ସ ସିଷ୍ଟମରେ ଠିକ୍ ଭାବେ ପ୍ଲାନିଂ କରନ୍ତି, ତେବେ ତାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବନି । ଏହାଛଡ଼ା ଆପଣମାନେ ସେକ୍ସନ ୮୦ସିସିଡି (୧ବି) ଅଧିନରେ ୫୦ ହଜାର, ମେଡିକାଲ ପଲିସୀ କ୍ଷେତ୍ରରେ ୨୫ ହଜାର, ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ଉପରେ ୫୦ ହଜାର ଟ୍ୟାକ୍ସ ଛାଡ଼ ପାଇ ପାରିବେ ।

Related Articles

Back to top button