ଡିସେମ୍ବର ୩୧ ପୂର୍ବରୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ

ନୂଆଦିଲ୍ଲୀ: ଯଦି ଆପଣ ଟ୍ୟାକ୍ସ ଦେଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ୨୦୨୨ ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି, ଏଭଳି ପରିସ୍ଥିତିରେ ଆପଣଙ୍କୁ ଅନେକ ଜରୁରୀ କାମ ସାରିବାକୁ ପଡିବ । ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ମଧ୍ୟ ୩୧ ଡିସେମ୍ବର ରହିଛି । ଏହା ବ୍ୟତୀତ ବିଭାଗ ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ମଧ୍ୟ ଡିସେମ୍ବର ୩୧ ରଖିଛି, ଅର୍ଥାତ ଆପଣଙ୍କୁ ଏହି କାର୍ଯ୍ୟ ଡିସେମ୍ବର ୩୧ ପୂର୍ବରୁ କରିବାକୁ ପଡିବ । ନଚେତ୍ ନୂଆ ବର୍ଷରେ ଆପଣ ସଂଶୋଧିତ ଆଇଟିଆରର ଲାଭ ଉଠାଇ ପାରିବେ ନାହିଁ ।

ଆୟକର ନିୟମ ଅନୁଯାୟୀ, ଯଦି ଆପଣ ଶେଷ ତାରିଖ ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ନକରନ୍ତି, ତେବେ ଆପଣ ବେଲେଟେଡ୍ ଆଇଟିଆର ଫାଇଲ୍ କରିପାରିବେ । ଚଳିତ ବର୍ଷ ଆୟକର ଦାଖଲ କରିବାର ଶେଷ ତାରିଖ ଥିଲା ୩୧ ଜୁଲାଇ ୨୦୨୨ । ଯଦି କେହି ଏହି ତାରିଖ ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖଲ କରିନାହାନ୍ତିି, ତେବେ ବର୍ତ୍ତମାନ ସେମାନଙ୍କୁ ଆଇଟିଆର ଦାଖଲ କରିବାକୁ ପଡିବ, ଯାହାର ଶେଷ ତାରିଖ ଡିସେମ୍ବର ୩୧ ।

ଯଦି ଆପଣ ଟ୍ୟାକ୍ସ ଦେବାକୁ ମଧ୍ୟ ଭୁଲି ଯାଇଛନ୍ତି କିମ୍ବା ଯଦି ରିଟର୍ଣ୍ଣ ଦାଖଲ କରିବାରେ ତ୍ରୁଟି ଅଛି, ତେବେ ଆପଣଙ୍କୁ ଡିସେମ୍ବର ୩୧ ସୁଦ୍ଧା ପୂରଣ କରିବାକୁ ପଡିବ । ତେବେ ଆପଣଙ୍କର ଭୁଲଗୁଡ଼ିକୁ ସଂଶୋଧନ କରିବା ପାଇଁ ଆପଣ ସଂଶୋଧିତ ଆଇଟିଆର ଫାଇଲ୍ କରିପାରିବେ । ଉଭୟ ଆଇଟିଆର ଦାଖଲ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୨ ରହିଛି ।

Related Articles

Back to top button