ଚଳିତ ଆର୍ଥିକ ବର୍ଷରେ ବଢିଲା ସରକାରଙ୍କ ଆୟ: ପ୍ରତ୍ୟକ୍ଷ ଟିକସ୍ ସଂଗ୍ରହ ୨୬% ବୃଦ୍ଧି ପାଇ ୧୩.୬୩ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ଆଖିଦୃଶିଆ ବୃଦ୍ଧି ପାଇଛି। ୧୭ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ୨୬ ପ୍ରତିଶତ ବୃଦ୍ଧି ପାଇ ୧୩.୬୩ ଲକ୍ଷ କୋଟି ପାର କରିଛି। ଟିଡିଏସ ରିହାତି ଏବଂ କର୍ପୋରେଟ୍ ଆଡଭାନ୍ସ ଟ୍ୟାକ୍ସ ସଂଗ୍ରହରେ ଉନ୍ନତ ପ୍ରଦର୍ଶନ ଏହି ଅଭିବୃଦ୍ଧିରେ ସହାୟକ ହୋଇଛି । ରବିବାର ସରକାର ଏହି ସୂଚନା ଦେଇଛନ୍ତି । ତେବେ ରିଫଣ୍ଡ ପରେ ଚଳିତ ଆର୍ଥିକ ବର୍ଷରେ ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୧.୩୫ ଲକ୍ଷ କୋଟିରେ ପହଞ୍ଚିଛି । ଏଥିରେ ବ୍ୟକ୍ତିଗତ ଏବଂ କର୍ପୋରେଟ୍ ଟ୍ୟାକ୍ସ ମଧ୍ୟ ସାମିଲ ରହିଛି ।

ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସ ସଂଗ୍ରହର ବଜେଟ୍ ଆକଳନ ହେଉଛି ୧୪.୨୦ ଲକ୍ଷ କୋଟି ରହିଛି, ଯାହା ପୂର୍ବ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ୧୪.୧୦ ଲକ୍ଷ କୋଟିରୁ ଅଧିକ ଥିଲା। ପ୍ରତ୍ୟକ୍ଷ କର ପାଇଁ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ଆୟ ଉପରେ ଟିକସ ଦିଆଯାଏ । କେନ୍ଦ୍ରୀୟ ଟିକସ ବୋର୍ଡ ଏକ ବିବୃତ୍ତିରେ କହିଛି ଯେ ୨୦୨୨ ମସିହା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ୨.୨୮ ଲକ୍ଷ କୋଟି ଟଙ୍କା ଫେରସ୍ତ ପ୍ରଦାନ କରାଯାଇଛି ଯାହା ଏକ ବର୍ଷ ପୂର୍ବେ ୬୮ ପ୍ରତିଶତ ଅଧିକ ଅଟେ ।

ବର୍ତ୍ତମାନ ସୁଦ୍ଧା ୧୩.୬୩,୬୪୯ କୋଟି ଟଙ୍କାର କର ସଂଗ୍ରହ ହୋଇଥିବା ବେଳେ, ଏଥିରୁ ୭.୨୫ ଲକ୍ଷ କୋଟି କର୍ପୋରେଟ୍ ଟ୍ୟାକ୍ସ ଏବଂ ବ୍ୟକ୍ତିଗତ ଆୟକର (ପିଇଟି) ୬.୩୫ ଲକ୍ଷ କୋଟି ଟଙ୍କା ରହିଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏକ ବିବୃତ୍ତିରେ କହିଛି । ଟିକସ ସଂଗ୍ରହରେ ବୃଦ୍ଦି ଦର୍ଶାଉଛି ଯେ, ଉଭୟ କମ୍ପାନୀ ଏବଂ ଲୋକମାନାଙ୍କର ରୋଜଗାର ବୃଦ୍ଧି ସହିତ ଅର୍ଥନୀତି କରୋନା ମହାମାରୀ ପ୍ରଭାବରୁ ମୁକୁଳୁଛି ।

ସେହିପରି ଚଳିତ ଆର୍ଥିକ ବର୍ଷର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ତ୍ରୈୟମାସିକରେ ଆଗ୍ରୀମ ଟିକସ ସଂଗ୍ରହ ୫.୨୧ ଲକ୍ଷ କୋଟି ରହିଛି । ଯେଉଁଥିରେ ୧୨.୮୩ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଏଥିରେ ୩.୯୯ ଲକ୍ଷ କୋଟି ସିଆଇଟି ୩.୯୭ ଲକ୍ଷ କୋଟି, ପିଆଇଟି ୧.୨୩ ଲକ୍ଷ କୋଟି ରହିଛି । ସେହିପରି ଚଳିତ ବର୍ଷ ଇନକମ୍ ଏବଂ କର୍ପୋରେଟ୍ ଟିକସ ସଂଗ୍ରହ ୧୧.୩୫ ଲକ୍ଷ କୋଟି ରହିଛି । ଯାହା ଗତ ଆର୍ଥିକ ବର୍ଷ ସମାନ ସମୟରେ ୯,୪୭,୯୫୯ କୋଟି ରହିଥିଲା ।

Related Articles

Back to top button