
ୟୁରୋପକୁ ବିଶୋଧିତ ଇନ୍ଧନ ଯୋଗାଣକାରୀ ଭାବେ ଭାରତ ଆଗରେ
ନୂଆଦିଲ୍ଲୀ: ସମସ୍ତ ତୈଳ ଉତ୍ପାଦନକାରୀ ଦେଶକୁ ପଛରେ ପକାଇ ୟୁରୋପକୁ ବୃହତ୍ତମ ବିଶୋଧିତ ଇନ୍ଧନ ଯୋଗାଣକାରୀ ପାଲଟିଛି। ଆନାଲିଟିକ୍ସ ଫାର୍ମ କେପଲରଙ୍କ ରିପୋର୍ଟ ଅନୁଯାୟୀ ଏପ୍ରିଲ ମାସରେ ୟୁରୋପରେ ବିଶୋଧିତ ଇନ୍ଧନର ବୃହତ୍ତମ ଯୋଗାଣକାରୀ ଭାବରେ ଭାରତ ଉଭା ହୋଇଛି। ଏହି ପରିବର୍ତ୍ତନ ଏପରି ଏକ ସମୟରେ ଘଟିଛି ଯେତେବେଳେ ଭାରତ ଗୋଟିଏ ପଟେ ଋଷରୁ ରେକର୍ଡ ପରିମାଣର ଅଶୋଧିତ ତୈଳ କ୍ରୟ କରୁଛି।
ଗତ ବର୍ଷ ଫେବୃଆରୀରେ ଋଷ ପଡୋଶୀ ଦେଶ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ପୂର୍ବ ୟୁରୋପରେ ଯୁଦ୍ଧ ଜାରି ରହିଛି। ଏହି ଆକ୍ରମଣ କାରଣରୁ ଆମେରିକା ଏବଂ ୟୁରୋପର ଅନେକ ଦେଶ ରୁଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବା ସହିତ ଋଷ ସହିତ ବାଣିଜ୍ୟିକ ସମ୍ପର୍କକୁ ମଧ୍ୟ ହ୍ରାସ କରିଛନ୍ତି।
ତେବେ ୟୁରୋପର ଇନ୍ଧନ ଠାରୁ ଆରମ୍ଭ କରି ଅନେକ ଜିନିଷ ପାଇଁ ୟୁରୋପ ଉପରେ ନିର୍ଭରଶୀଳ। ପରିବର୍ତ୍ତିତ ପରିସ୍ଥିତିରେ, ୟୁରୋପ ରୁଷରୁ ବିଶୋଧିତ ଇନ୍ଧନ କିଣିବା ବନ୍ଦ କରିଦେଇଛି, ତେଣୁ ଏହାର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଛି।