
କ୍ଷତିରେ ଚାଲୁଥିବା ସରକାରୀ କମ୍ପାନିକୁ ଦେବାଳିଆ ପ୍ରକ୍ରିୟା ଆପଣାଇବାକୁ ଯୋଜନା କରୁଛନ୍ତି ସରକାର
ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା ସରକାରୀ କମ୍ପାନିକୁ ବନ୍ଦ କରିବା ପାଇଁ ସରକାର ଦେବାଳିଆ ପ୍ରକ୍ରିୟା ଆପଣାଇବାକୁ ଯୋଜନା କରୁଛନ୍ତି । ନ୍ୟୁଜ୍ ଏଜେନ୍ସି ରୟଟର୍ସର ଖବର ଅନୁସାରେ, ଦେଶର ଦେବାଳିଆ କୋର୍ଟ ଯିବା ପାଇଁ ପବ୍ଲିକ ସେକ୍ଟର କମ୍ପାନି ଗୁଡିକୁ ବିଚାର କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି । ତେବେ ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ କେନ୍ଦ୍ର ସରକାର ଲଗାତାର ପବ୍ଲିକ ସେକ୍ଟର କମ୍ପାନିରୁ ନିଜ ଅଂଶଧନ କମ କରୁଛନ୍ତି ।
କ୍ଷତିରେ ଚାଲୁଥିବା ସରକାରୀ କମ୍ପାନିକୁ ଦେବାଳିଆ ଭାବେ ଆବେଦନ ଦାଖଲ କରିବାକୁ ପଡିବ । ସରକାରଙ୍କ ପକ୍ଷରୁ ଇନସୋଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ(ଆଇବିସି)ର ମାର୍ଗ-ନିର୍ଦ୍ଦେଶ ଅନୁସାରେ ଶୀର୍ଷ କ୍ୟାବିନେଟ ମନ୍ତ୍ରୀଙ୍କ ଏକ କମିଟିଠାରୁ ଅନୁମୋଦନ ମିଳିବାର ତିନି ମାସ ଭିତରେ ଆଦେବନ ଦେବାକୁ ପଡିବ।
ନିୟମ ଅନୁସାରେ, ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନି କର୍ପୋରେଟ ମାମଲାର ମନ୍ତ୍ରାଳୟ ସହ ଯୋଗାଯୋଗ କରି ନିଜ ଶାଖା ବନ୍ଦ କରିବାର ବିକଳ୍ପ ବାଛି ପାରିବେ। ସାର୍ବଜନୀନ କମ୍ପାନିରେ ନିଜ ଅଂଶଧନ କମ କରିବା ଅଭିଯାନରେ କେନ୍ଦ୍ର ସରକାରଙ୍କ ଏହା ଏକ ପଦକ୍ଷେପ ବୋଲି କୁହାଯାଉଛି।