ରିହାତି ମୂଲ୍ୟରେ କୋଇଲା ଦେଉଛି ଋଷ, ମଉକା ନ ଛାଡ଼ି ଆମଦାନୀ ବଢ଼ାଇଲା ଭାରତ: ରିପୋର୍ଟ

ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ଭାରତ ନିର୍ଭୟରେ ଦେଶ ପାଇଁ ଯାହା ହିତକର ତାହା କରୁଛି। ଋଷ-ୟୁକ୍ରେନ୍ ଯୁଦ୍ଧରେ ଋଷିଆ ନିଜର ଆର୍ଥିକ ସ୍ଥିତି ବଜାଇ ରଖିବା ପାଇଁ ଭାରତକୁ ଶସ୍ତା ମୂଲ୍ୟରେ ତେଲ ବିକ୍ରି କରିବାକୁ ଅଫର ଦେଇଥିଲା। ଆଉ ଭାରତ ମଉକାର ଫାଇଦା ଉଠାଇ ଋଷ ଠାରୁ ଶସ୍ତାରେ ତେଲ କିଣିଲା। ଏବେ ଋଷ କୋଇଲା ଶସ୍ତାରେ ଦେଉଥିବାର ଭାରତ ଋଷ ଠାରୁ କୋଇଲା ଆମଦାନୀ ବଢ଼ାଇ ଦେଇଛି। ଏନେଇ ବିଦେଶୀ ଗଣମାଧ୍ୟମ ରୟଟର୍ସ ବିଶ୍ଲେଷଣ କରି ରିପୋର୍ଟ ପ୍ରକାଶ କରିଛି।

ବାଣିଜ୍ୟିକ ସୂତ୍ର ଓ ରୟଟର୍ସରୁ ମିଳିଥିବା ଖବର ଅନୁସାରେ, ବିଶ୍ୱସାରା ଋଷ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଗତ କିଛି ସପ୍ତାହ ହେଲାଣି ଭାରତ ଋଷ ଠାରୁ କୋଇଲା କିଣିବା ବଢ଼ାଇ ଦେଇଛି। କାରଣ ଋଷ ଭାରତକୁ ୩୦% ଶସ୍ତାରେ କୋଇଲା ଯୋଗାଉଛି। ୟୁକ୍ରେନ୍ ଯୁଦ୍ଧକୁ ନେଇ ପଶ୍ଚିମ ଦେଶଗୁଡ଼ିକ ପ୍ରତିପନ୍ଧକ ଲଗାଇବା ପରେ କୋଇଲାରେ ପ୍ରତିବନ୍ଧକ ନେଇ ୟୁରୋପୀୟନ ୟୁନିୟନକୁ ଚେତାବନୀ ଦେଇଥିଲା ଋଷ। ଇନ୍ଧନକୁ ଅନ୍ୟ ଦେଶର ବଜାରରେ ପ୍ରବେଶ କରାଇ ୟୁରୋପୀୟନ ୟୁନିୟନକୁ କଡ଼ା ଜବାବ ଦେବ ବୋଲି କ୍ରେମଲୀନ କହିଥିଲା।

ଆଉ ପଶ୍ଚିମଦେଶଗୁଡ଼ିକୁ ଜବାବ ଦେବାକୁ ବିଶ୍ୱର ବଡ଼ ବଜାର ଭାରତକୁ ବାଛିଥିଲା ଋଷ। ଏପଟେ ଭାରତରେ ତୈଳ ଦରରେ ଅହେତୁକ ବୃଦ୍ଧି ଯୋଗୁ ଦେଶରେ ଭୟଙ୍କର ମହଙ୍ଗା ସ୍ଥିତି ଦେଖାଦେଇଥିଲା। କେନ୍ଦ୍ର ସରକାର ଜନତାଙ୍କ ଆକ୍ରୋଶର ଶିକାର ହେଉଥିଲେ। ପୁଣି କୋଇଲା ସଂକଟ ଯୋଗୁ ବିଦ୍ୟୁତ ଉତ୍ପାଦନ ସମସ୍ୟା ହେବାରୁ ବିଜୁଳି ସମସ୍ୟା ଦେଖା ଦେଇଥିଲା। ସ୍ଥିତି ଏମିତି ଥିଲା ଯେ କୋଇଲା ଅଭାବରୁ ଦେଶରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଭଳି କେତେକ ରାଜ୍ୟରେ ପ୍ଲାଣ୍ଟ ବନ୍ଦ ହୋଇଯାଇଥିଲା। ଆଉ ଏମିତି ସମସ୍ୟାରେ ଥିବା ଭାରତ ବି ସୁଯୋଗ ଅପେକ୍ଷାରେ ଥିଲା। ଆଉ ଋଷ ଅଫର ଦେବା ମାତ୍ରେ ସୁଯୋଗ ହାତଛଡ଼ା କରିନଥିଲା ଭାରତ।

କୁଟନୈତିକ ସ୍ତରରେ ଭାରତ ଶକ୍ତିଶାଳୀ ପଶ୍ଚିମଦେଶଗୁଡ଼ିକୁ ହରାଇ ସମସ୍ତଙ୍କ ସାମ୍ନାରେ ଋଷ ଠାରୁ ତେଲ ଓ କୋଇଲା କିଣିଲା ଭାରତ। ଯାହା ଫଳରେ ତେଲ ମୂଲ୍ୟରେ ହ୍ରାସ ହେବା ସହ କୋଇଲାର ଅଭାବ କିଛି ମାତ୍ରାରେ ପୂରଣ ହୋଇପାରିଛି। ଏପଟେ ଋଷ ସହିତ ଥିବା ବୁହୁ ପୁରୁଣା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ଭାରତ ମଧ୍ୟ ଖୋଲାଖୋଲି ଭାବେ ଋଷକୁ ବିରୋଧ କରିପାରୁନି। ଯେସାକୁ ତେସା ନୀତିରେ ପଶ୍ଚିମରାଷ୍ଟ୍ରମାନଙ୍କୁ ଜାବାବ ଦେଇଛି ଭାରତ।

ଅନ୍ୟପଟେ ଭାରତକୁ ସିଧାସଳଖ କୌଣସି ରାଷ୍ଟ୍ର ଋଷ ଠାରୁ ଇନ୍ଧନ ଆମଦାନୀ କରିବାରେ ବାରଣ କରିପାରୁ ନାହିଁ। ଆମେରିକାର ସରକାର ମଧ୍ୟ କହିସାରିଛନ୍ତି ଯେ ଋଷ ଠାରୁ ଭାରତକୁ ଇନ୍ଧନ କିଣିବାରେ କୌଣସି ପ୍ରତିବନ୍ଧକ ନାହିଁ ତେବେ ଋଷକୁ ବଳ ଦେବା ଆମେ ଚାହୁଁନାହୁଁ ବୋଲି ଆମେରିକା କହିଛି। ୟୁରୋପିୟନ ୟୁନିୟନ ବ୍ୟବସାୟୀମାନେ ମସ୍କୋ ସହ ବ୍ୟବସାୟ ଏକପ୍ରକାର ବନ୍ଦ କରିଦେଇଥିବା ବେଳେ ଭାରତୀୟ ବ୍ୟବସାୟୀମାନେ କିନ୍ତୁ ଅଧିକ ପରିବହନ ଖର୍ଚ୍ଚ ସତ୍ତ୍ୱେ ବି ଭାରତୀୟ ବ୍ୟବାସୀୟମାନେ ପ୍ରଚୁର ମାତ୍ରାରେ ଋଷ ଠାରୁ କୋଇଲା କିଣୁଛନ୍ତି।

ଗତବର୍ଷ ନିର୍ଦ୍ଦିଷ୍ଟ ଅବଧି ତୁଳନାରେ ବୁଧବାର ପର୍ଯ୍ୟନ୍ତ ଗତ ୨୦ ଦିନ ହେଲା କୋଇଲା ଆମଦାନୀ ୬ ଗୁଣରୁ ଅଧିକ ବୃଢ଼ି ୩୩୧.୧୭ ମିଲିୟନ ଆମେରିକୀୟ ଡଲାର ହୋଇଛି। ଭାରତ ପକ୍ଷରୁ ନିର୍ଦ୍ଦିଷ୍ଟ ତାଲିକା ପ୍ରକାଶ ପାଇନଥିବା ବେଳେ ରୟଟର୍ସ ବିଶ୍ଳେଷଣ କରି ଏହି ତଥ୍ୟ ଦେଇଛି। ସେହିଭଳି ଋଷ ସହିତ ଇନ୍ଧନ ବ୍ୟବସାୟ ଗତ ୨୦ ଦିନରେ ବୁଧବାର ସୁଧା ୩୧ ଗୁଣା ବଢ଼ି ୨.୨୨ ବିଲିୟନ ଆମେରିକୀୟ ଡଲାର ହୋଇଛି। ଏନେଇ ରୟଚର୍ସ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ବିଭାଗ ସହ ସମ୍ପର୍କ କରିଥିଲେ ମନ୍ତ୍ରାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ସବୁଠାରୁ ବଡ଼ କଥା ହେଲା ଋଷିଆ ଡିସ୍‌କାଉଣ୍ଟ ମୂଲ୍ୟରେ କୋଇଲା ଓ ତେଲ ଦେଉଥିବା ବେଳେ ଭାରତୀୟ ମୁଦ୍ରା ଓ ୟୁନାଇଟେଡ୍ ଆରବ ଏମିରେଟ୍ସ ଟଙ୍କା ଦିରହମରେ ପେମେଣ୍ଟ ଗ୍ରହଣ କରୁଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ବିଶେଷ ସୂତ୍ରରୁ ରୟଟର୍ସ ଖବର ନେଇ ରିପୋର୍ଟ ପ୍ରକାଶ କରି କହିଛି ଯେ ଋଷ ତାର ଗ୍ରାହକ ଯଥା- ସୁଏକ ଏଜି(Suek AG), କେଟିକେ ଏବଂ ସାଇପ୍ରସ ସ୍ଥିତ କାର୍ବୋ ୱାନ ଓ ଦୁବାଇ, ସିଙ୍ଗାପୁର ଭଳି ରାଷ୍ଟ୍ରରେ ଥିବା କମ୍ପାନୀଗୁଡ଼ିକ ଋଷ ୨୫% ରୁ ୩୦ % ଶସ୍ତାରେ କୋଇଲା ଅଫର କରୁଛି। ତେଣୁ ଏତେ ଶସ୍ତାରେ କୋଇଲା ମିଳୁଥିବା ବେଳେ କମ୍ପାନୀଗୁଡ଼ିକ କିଣିବାକୁ ଲଗାଇନ ଲଗାଇଛନ୍ତି।

ଇରୋପିୟନ ୟୁନିୟନ ଋଷ ଠାରୁ କୋଇଲା କିଣିବାକୁ ବ୍ୟାନ ଲଗାଇ ଦେଇଛି। ଅଗଷ୍ଟ ମଧ୍ୟ ଭାଗ ବେଳକୁ ସବୁ ରାଷ୍ଟ୍ରକୁ ବାଧ୍ୟତାମୁଳକ ଭାବେ କୋଇଲା କିଣିବା ଉପରେ ପ୍ରତିବନ୍ଧକ ଲଗାଇଦିଆଯିବ। ଅନ୍ୟପଟେ ଭାରତ ବୁଧବାର ସୁଧା ଗତ ୩ ସପ୍ତାହ ହେଲାଣି ପ୍ରତିଦିନ ହାରାହାରି ୧୬.୫୫ ମିଲିୟନ ଆମେରିକୀୟ ଡଲାର କୋଇଲା ଋଷ ଠାରୁ କିଣୁଛି। ଯାହା ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା(ଫେବ୍ରୁଆରୀ ୧୪) ତିନି ମାସ ମଧ୍ୟରେ ମାତ୍ର ୭.୭୧ ମିଲିୟନ ଆମେରିକୀୟ ଡଲାରର ଦୁଇଗୁଣା ଠାରୁ ଅଧିକ ବୋଲି ରୟଟର୍ସ ରିପୋର୍ଟରେ ଦର୍ଶାଇଛି।

ସେହିଭଳି ତେଲ କିଣିବାରେ ମାର୍ଚ୍ଚ ୨୬ ସୁଧା ଭାରତ ଗତ ତିନିମାସରେ ମାତ୍ର ୩୧.୧୬ ମିଲିୟନ ଆମେରିକୀୟ ଡଲାର ତେଲ କିଣିଥିଲା। ହେଲେ ଗତ ୨୦ ଦିନରେ ତେଲେ କିଣିବାରେ ହାରାହାରୀ କ୍ରୟ ୧୧୦.୮୬ ମିଲିୟନ ଆମେରିକୀୟ ଡଲାର ପ୍ରତିଦିନ ରହିଛି।

Related Articles

Back to top button