ବିବିସି ଉପରେ ଚଢଉ ହୋଇନଥିଲା, କେବଳ ଏକ ‘ସର୍ଭେ ଅପରେସନ୍’ କରାଯାଇଥିଲା : ଆୟକର ବିଭାଗ

ନୂଆଦିଲ୍ଲୀ : ବ୍ରିଟିସ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ହୋଇଥିବା ଟିକସ ସର୍ଭେ ଶେଷ ହୋଇଛି । ଏହା ସହିତ ଆୟକର ଅଧିକାରୀମାନେ ବିବିସି କର୍ମଚାରୀମାନଙ୍କୁ ସେମାନଙ୍କ ଫୋନ ଫେରାଇଦେଇଛନ୍ତି ।  ତେବେ ଏହା କେବଳ ଏକ ସର୍ଭେ ଥିଲା, ଏହା ଆୟକର ଚଢଉ ନୁହେଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ଆୟକର ସର୍ଭେ ସମ୍ପର୍କରେ ଆୟକର ଅଧିକାରୀମାନେ ନୂଆଦିଲ୍ଲୀରେ କହିଛନ୍ତି ଯେ ଆୟକର ବିଭାଗ ପକ୍ଷରୁ ମଙ୍ଗଳବାର ଦିଲ୍ଲୀ ଏବଂ ମୁମ୍ବାଇରେ ଥିବା ବିବିସି କାର୍ଯ୍ୟାଳୟରେ ଏକ ‘ସର୍ଭେ ଅପରେସନ୍’ କରାଯାଇଥିଲା । “ବିବିସି ଜାଣିଶୁଣି ଟ୍ରାନ୍ସଫର ପ୍ରାଇସିଂ ନିୟମ ପାଳନ ନ କରିବା ଏବଂ ଏହାର ଲାଭରେ ବ୍ୟାପକ ଡାଇଭର୍ସନ ହେଉଥିବା ଅଭିଯୋଗ ମିଳିବା ପରେ ଏହି ସର୍ଭେ ଅପରେସନ କରାଯାଇଥିଲା ।

ବିବିସି ବର୍ଷ ବର୍ଷ ଧରି ଟ୍ରାନ୍ସଫର ପ୍ରାଇସିଂ ନିୟମ ପାଳନ କରୁନଥିଲା । ଏ ନେଇ ବିବିସିକୁ ଅନେକ ନୋଟିସ୍ ଜାରି କରାଯାଇଛି । ତେବେ ବିବିସି କ୍ରମାଗତ ଭାବରେ ଏଗୁଡ଼ିକର ଜବାବ ଦେଉନଥିଲା ଓ ଅନୁପାଳନ କରୁନଥିବା ବେଳେ ଏହାର ଲାଭକୁ ବହୁମାତ୍ରାରେ ହେରଫେର କରୁଛି । ଏହି ସର୍ବେକ୍ଷଣର ମୁଖ୍ୟ ଲକ୍ଷ୍ୟ ହେଉଛି ଟିକସ ସୁବିଧା ସମେତ ଅନଧିକୃତ ଲାଭ ପାଇଁ ମୂଳ କାରବାର ଉପରେ ନଜର ରଖିବା ।

Related Articles

Back to top button