ମୁକେଶ ଅମ୍ଵାନୀ କିଣିଲେ ୮୮,୦୭୮ କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ

ନୂଆଦିଲ୍ଲୀ: ଦେଶରେ ପଞ୍ଚମ ପିଢି(୫ଜି)ର ସ୍ପେକ୍ଟ୍ରମ ନିଲାମୀରେ ସୋମବାର ରିଲାଏନ୍ସ ଜିଓ ସବୁଠୁ ବଡ ଡକରା ଭାବେ ଆର୍ବିଭାବ ହୋଇଛି। କମ୍ପାନୀ ଆଗାମୀ ୨୦ ବର୍ଷ ପାଇଁ ୮୮,୦୭୮ କୋଟି ଟଙ୍କାର ଡକରା ସହିତ ନିଲାମୀରେ ବିକ୍ରି ହୋଇଥିବା ମୋଟ୍ ସ୍ପେକ୍ଟ୍ରମ ମଧ୍ୟରୁ ପ୍ରାୟ ଅଧା ଅଂଶ ହାସଲ କରିଛି। ଭାରତ ସରକାରଙ୍କ ଟେଲିକମ ଡିପାର୍ଟମେଣ୍ଟ ଦ୍ଵାରା ଆୟୋଜିତ ୫ଜି ସ୍ପେକ୍ଟ୍ରମ ନିଲାମୀରେ ଜିଓ ୭୦୦ ମେଗାହର୍ଜ ବ୍ୟାଣ୍ଡ ସମେତ ବିଭିନ୍ନ ବ୍ୟାଣ୍ଡ 800MHz, 1800MHz, 3300MHz  ଏବଂ 26GHz ସ୍ପେକ୍ଟ୍ରମ କିଣିବାରେ ସଫଳ ହୋଇଛି।

ସୂଚନାଯୋଗ୍ୟ, ୭୦୦ ମେଗାହର୍ଜ ବ୍ୟାଣ୍ଡର ଉପଯୋଗ କଲେ ଗୋଟିଏ ଟାଓ୍ଵାରରୁ ବହୁ ଅଞ୍ଚଳକୁ କଭର କରାଯାଇ ପାରିବ। ଦୂରସଞ୍ଚାର ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ କହିଛନ୍ତି ୫ଜି ସେବା ଅକ୍ଟୋବର ସୁଦ୍ଧା ଆରମ୍ଭ କରାଯାଇପାରେ।

ରିଲାଏନ୍ସ ଜିଓ ଇମ୍ଫୋକମ ଲିମିଟେଡର ଚେୟାରମ୍ୟାନ ତଥା ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ କହିଛନ୍ତି, ୪ଜି ପରେ ଏବ ବଡ ମହତ୍ଵାକାଂକ୍ଷୀ ତଥା ଦୃଢ ସଂକଳ୍ପ ସହିତ ଜିଓ ୫ଜି ଯୁଗରେ ଭାରତର ନେତୃତ୍ଵ ନେବାକୁ ପ୍ରସ୍ତୁତ। ଆମେ ପୂରା ଭାରତରେ ୫ଜି ସେବା ଆରମ୍ଭ କରିବା ସହିତ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରିବୁ। ବିଶ୍ଵସ୍ତରୀୟ ଶସ୍ତା ୫ଜି ସକ୍ଷମ ସେବା ପ୍ରଦାନ କରିବା ପାଇଁ ଜିଓ ପ୍ରତିବଦ୍ଧ। ଏଥିରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବିନିର୍ମାଣ ଏବଂ ଇ-ଗଭର୍ଣ୍ଣା୍ସ ପରି କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।

ଅଦାନୀ ଗ୍ରୁପ ୨୬ ମେଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ କିଣିଛି। କିନ୍ତୁ ଏହା ସାର୍ବଜନୀନ ନେଟଓ୍ଵର୍କ ନୁହେଁ।  ଦୂରସଞ୍ଚାର ଅନ୍ୟତମ ସଂସ୍ଥା ସୁନୀଲ ମିତ୍ତଲଙ୍କ ଭାରତୀ ଏୟାରଟେଲ୍ ୪୩,୦୮୪ କୋଟି ଟଙ୍କାରେ ୧୯,୮୬୭ ମେଗାହର୍ଜ ସ୍ପେକ୍ଟ୍ରମ କିଣିବାରେ ସଫଳ ହୋଇଛି। ଅନ୍ୟପଟେ ଭୋଡାଫୋନ ଆଇଡିଆ ୧୮,୭୮୪ କୋଟି ଟଙ୍କାର ସ୍ପେକ୍ଟ୍ରମ କିଣିଛି।

Related Articles

Back to top button