ୟୁଟ୍ୟୁବ୍‌ର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ନିଲ ମୋହନ

କାଲିଫର୍ନିଆ: ୟୁଟ୍ୟୁବ୍‌ ସିଇଓ ସୁସାନ ୱୋଜିକ୍କି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ତାଙ୍କ ସ୍ଥାନ ଭାରତୀୟ ମୂଳ ଆମେରିକୀୟ ନିଲ ମୋହନ ନେବେ ବୋଲି ଜଣାପଡିଛି। ଗ୍ଲୋରିଫାଏଡ ଟେକ୍ନିକାଲ ସପୋର୍ଟରୁ ନିଲଙ୍କ କ୍ୟାରିଅର୍‌ ଆରମ୍ଭ ହୋଇଥିଲା। ଏଠାରେ ସେ ୬୦,୦୦୦ ଡଲାର ଦରମା ପାଉଥିଲେ। ୨୦୦୮ରେ ନୀଲ ଗୁଗଲରେ ଯୋଗ ଦେଇଥିଲେ। ନିଲ ମୋହନ ବର୍ତ୍ତମାନ ୟୁଟ୍ୟୁବର ମୁଖ୍ୟ ଉତ୍ପାଦ ଅଧିକାରୀ ଅଟନ୍ତି। ନଭେମ୍ବର ୨୦୧୫ରେ ସେ ୟୁଟ୍ୟୁବ ସହିତ ଜଡିତ ହୋଇଥିଲେ। ନୀଲନଙ୍କ ପ୍ରୋଫାଇଲ ଅନୁଯାୟୀ, ସେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ଏମବିଏ କରିଛନ୍ତି ଏବଂ ଏକ୍ସଚେଞ୍ଜ କମ୍ପାନୀ ସହିତ କ୍ୟାରିୟର ଆରମ୍ଭ କରିଛନ୍ତି
ସୂଚନାଯୋଗ୍ୟ, ୟୁଟ୍ୟୁବ୍‌ର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟର ସିଇଓ ସୁନ୍ଦର ପିଚାଇ ମଧ୍ୟ ଭାରତୀୟ ଅଟନ୍ତି। ଗୁଗଲ ମଧ୍ୟ ଏହି ଆଲଫାବେଟ କମ୍ପାନୀର ମାଲିକାନା ହାସଲ କରିଛି। ସିଲିକନ ଭ୍ୟାଲିରେ ଭାରତୀୟ ମୂଳ ଲୋକଙ୍କ ବଢୁଥିବା ପ୍ରାଧାନ୍ୟକୁ ନୀଲ ମୋହନଙ୍କ ନିଯୁକ୍ତି ପ୍ରତିଫଳିତ କରିଛି।

Related Articles

Back to top button