ହୋଲି ଭିଡିଓ ଟ୍ୱିଟର ପୋଷ୍ଟକୁ ନେଇ ବିବାଦରେ ‘ଭାରତ ମ୍ୟାଟ୍ରିମୋନି’

ନୂଆଦିଲ୍ଲୀ : ‘ଭାରତ ମ୍ୟାଟ୍ରିମୋନି’ ୱେବସାଇଟ୍ ହୋଲିରେ ଟ୍ୱିଟରରେ ଏଭଳି ଭିଡିଓ ପୋଷ୍ଟ କରିଛି ଯାହାକୁ ନେଇ ଏକ ବିତର୍କ ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବିରୋଧ କରୁଛନ୍ତି। ଏହାକୁ ବଏକଟ୍ କରିବା ପାଇଁ ଟ୍ୱିଟରରେ ଟ୍ରେଣ୍ଡ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଏଥର ହୋଲି ଏବଂ ଆନ୍ତର୍ଜାତୀୟ ମହିଳା ଦିବସ ଗୋଟିଏ ଦିନରେ ପାଳନ ହେଉଥିବାରୁ ‘ଭାରତ ମ୍ୟାଟ୍ରିମୋନି’ ପକ୍ଷରୁ ଏପରି ଭିଡିଓ ପୋଷ୍ଟ କରାଯାଇଥିଲା । ଅନେକ ଲୋକ ଏହି ଭିଡିଓକୁ ମଧ୍ୟ ପ୍ରଶଂସା କରିଥିଲେ ।

ଭରତ ମ୍ୟାଟ୍ରିମୋନି ୭୫ ସେକେଣ୍ଡ ଭିଡିଓ କ୍ଲିପ୍ ଟ୍ୱିଟ୍ କରି କ୍ୟାପସନରେ ଲେଖାଯାଇଥିଲା, ଅନେକ ମହିଳା ହୋଲି ଖେଳିବା ବନ୍ଦ କରିଦେଇଛନ୍ତି କାରଣ ସେମାନଙ୍କୁ ନିର‌୍ୟାତନା ଦିଆଯାଉଛି । ଏଥିପାଇଁ ସେମାନେ ଚିନ୍ତାଗ୍ରସ୍ତ ରହୁଛନ୍ତି । ଏହି ଭିଡିଓରେ ବାର୍ତ୍ତା ଦିଆଯାଇଛି ଯେ, ହୋଲି ରେ ମହିଳା ଦିବସ ପାଳନ କରିବା ଏବଂ ସେମାନଙ୍କୁ ପ୍ରତିଦିନ ସୁରକ୍ଷିତ ଦେବା ।

ଭିଡିଓରେ ଦର୍ଶାଯାଇଛି ଯେ, ମୁହଁରେ ବିଭିନ୍ନ ରଙ୍ଗ ଲାଗିଥିବା ଜଣେ ମହିଳା ଦର୍ପଣ ସାମ୍ନାରେ ଛିଡା ହୋଇଛନ୍ତି । ତାପରେ ସେ ରଙ୍ଗ ଧୋଇ ଦେଇଛନ୍ତି । ଧୋଇଲା ପରେ ତାଙ୍କ ଆଖି ତଳେ କଳା ଚିହ୍ନ ରହିଛି । ଏଥିରୁ ଜଣାପଡୁଛି ଯେ ତାଙ୍କୁ ନିର୍ଯାତନା ଦିଆଯାଉଛି ଏବଂ ସେ ନିସ୍ତବ୍ଧ ଅଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Related Articles

Back to top button