ବଢିପାରେ ପେଟ୍ରୋଲ-ଡିଜେଲ୍ ଦାମ

ନୂଆଦିଲ୍ଲୀ: ତୈଳ ଉତ୍ପାଦନ ହ୍ରାସ କରିବାକୁ ବିଚାର ଚଳାଇଛି ତୈଳ ରପ୍ତାନକାରୀ ଦେଶର ସଂଗଠନ(ଓପେକ)। ପ୍ରତିଦିନ ଅଶୋଧିତ ତୈଳ ଉତ୍ପାଦନରେ ୨ ମିଲିୟନ(୨୦ ଲକ୍ଷ) ବ୍ୟାରେଲ୍ ହ୍ରାସ କରିବାକୁ ବିଚାର କରୁଛି ଏହି ସଂଗଠନ। ଯଦି ଏମିତି ହୁଏ ତେବେ ଭାରତ ସମେତ ଦୁନିଆର ଅନେକ ଦେଶରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ଘଟିପାରେ।

ଓପେକ୍ ଦେଶର ଏପରି ବିଚାର ଭାରତ ପାଇଁ ବହୁତ ଗୁରୁତ୍ଵ ବହନ କରୁଛି। କାରଣ ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରିଥାଏ। ଏମିତିରେ ଓପେକ ଦେଶ ତେଲ ଉତ୍ପାଦନ କମ କଲେ ଏଥିରେ ଭାରତ ପ୍ରଭାବିତ ହୋଇପାରେ। ଆଉ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି ଘଟିପାରେ। ତେବେ ସଂପ୍ରତି ଭାରତ ଓପେକ ଦେଶଗୁଡିକରୁ କମ ତୈଳ ଆମଦାନୀ କରୁଛି। ଓପେକ ଦେଶ ଏହି ପଦକ୍ଷେପ ଉଠାଇବାକୁ ବିବଶ ଏଥିପାଇଁ  ହୋଇଛି କାରଣ ତେଲର ଚାହିଦା ଅପେକ୍ଷାକୃତ କମିଛି।

ବିଶେଷଜ୍ଞଙ୍କ ମତରେ ଅନେକ ଦେଶ ନିଜର କ୍ଷମତାଠୁ କମ ଇନ୍ଧନ ବ୍ୟବହାର କରୁଛନ୍ତି। ତେଣୁ ଓପେକ ଦେଶର ତୈଳ ଉତ୍ପାଦନ ହ୍ରାସ ନିଷ୍ପତ୍ତିର ବ୍ୟାପକ ପ୍ରଭାବ ଦେଶଗୁଡିକ ଉପରେ ପଡିବ ନାହିଁ। ତଥାପି ଓପେକ ତେଲ ଉତ୍ପାଦନ କମ କଲେ ଭାରତରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି ଘଟିପାରେ।

ଏହା ପୂର୍ବରୁ ଓପେକ୍ ପ୍ଲସ୍ ଗତ ମାସରେ ଉତ୍ପାଦନରେ ସାଙ୍କେତିକ ହ୍ରାସ କରିଥିଲା। ମହାମାରୀ ସମୟରେ ବି ଉତ୍ପାଦନରେ ବ୍ୟାପକ କମ କରାଯାଇଥିଲା। ଆଉ ଏବେ ଏହି ନିଷ୍ପତ୍ତି ବୈଶ୍ଵିକ ଆର୍ଥିକ ଏବଂ ଅଶୋଧିତ ତେଲର ଅନ୍ତର୍ଜାତୀୟ ବଜାରରେ ଅନିଶ୍ଚିତତାକୁ ଦେଖି ନିଆଯାଇଛି।

Related Articles

Back to top button