ଆଜିଠୁ କମିବ କମର୍ସିଆଲ ପିଏନଜିର ଦାମ

ଭୁବନେଶ୍ୱର: ମେ’ ୧ ରୁ ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପିଏନଜି (ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ପ୍ରାକୃତିକ ଗ୍ୟାସ) ମୂଲ୍ୟ କମିବ ବୋଲି ଗେଲ୍ ଇଣ୍ଡିଆ ଲିମିଟେଡ ଶିଳ୍ପ କ୍ଷେତ୍ର ଘୋଷଣା କରିଛି ।

ସୂଚନା ଅନୁସାରେ, ଶିଳ୍ପ କ୍ଷେତ୍ର ପାଇଁ ପିଏନଜି ଦର ପୂର୍ବରୁ ଏସସିଏମ୍ ପିଛା ୧୧୦ ଟଙ୍କା ରହିଥିଲା । ବର୍ତ୍ତମାନ ତାହା କମି ୭୧ ଟଙ୍କା ହ୍ରାସ ପାଇଛି । ସେହିପରି ବାଣିଜ୍ୟିକ କ୍ଷେତ୍ର ଲାଗି ଉଦ୍ଧିଷ୍ଟ ପିଏନଜି ମୂଲ୍ୟ ଏସସିଏମ ପିଛା ୧୨୦ ଟଙ୍କାରୁ ୭୫ ଟଙ୍କାକୁ ହ୍ରାସ କରାଯାଇଛି । ଉଭୟ ଭୁବନେଶ୍ୱର ଏବଂ କଟକ ପାଇଁ ଏହି ମୂଲ୍ୟ ପ୍ରଯୁଜ୍ୟ ଅଟେ ।

ଗେଲ୍ ଇଣ୍ଡିଆ ଟାଟା ଷ୍ଟିଲ ମାଇନିଂ ଲିମିଟେଡର ଆଠଗଡ ଉତ୍ପାଦନ ୟୁନିଟକୁ ପିଏନଜି ଯୋଗାଇବା ନେଇ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଏବଂ ଅନ୍ୟ କମ୍ପାନିଙ୍କ ସହ ଏନେଇ ଆଲୋଚନା ଚଳାଇଛି ।

Related Articles

Back to top button