ରାଧାକିଷନ ଦମାନୀ ହେଲେ ରାକେଶ ଝୁନଝୁନୱାଲଙ୍କ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟୀ

ନୂଆଦିଲ୍ଲୀ:  ବିଗ ବୁଲ୍ ରାକେଶ ଝୁନଝୁନୱାଲାଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପତ୍ତି କିଏ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ ଖବର ଅନୁସାରେ, ରାକେଶ ଝୁନଝୁନୱାଲଙ୍କ ସମ୍ପତ୍ତି ତାଙ୍କର ଅତି ଘନିଷ୍ଠ ବନ୍ଧୁ, ଗୁରୁ ତଥା ବ୍ୟବସାୟୀ-ନିବେଶକ ରାଧାକିଷନ ଦମାନୀ ବୁଝିବେ। ରାକେଶ ଝୁନଝୁନୱାଲଙ୍କ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟୀ ହୋଇଛନ୍ତି ଦମାନୀ । ଅନ୍ୟ ଦୁଇ ଟ୍ରଷ୍ଟୀଙ୍କ ମଧ୍ୟରେ କଳ୍ପରାଜ ଧାରାଂଶୀ ଏବଂ ଅମଲ ପାରିଖ ସାମିଲ ଅଛନ୍ତି । ଦୁହେଁ ଝୁନଝୁନୱାଲାଙ୍କ ଅତି ଘନିଷ୍ଠ ସହଯୋଗୀ ଭାବେ ଜଣାଯାଆନ୍ତି ।

ରାକେଶ ଝୁନଝୁନୱାଲାଙ୍କ ସହ ଜଡିତ ସୂତ୍ର ଅନୁସାରେ, ସେ ଦୀର୍ଘ ମାସ ଧରି ଅସୁସ୍ଥ ଥିବା କାରଣରୁ ପୂର୍ବରୁ ସାବଧାନତା ପୂର୍ବକ ଯୋଜନା କରିଥିଲେ। ମନି କଣ୍ଟ୍ରୋଲର ରିପୋର୍ଟ ଅନୁସାରେ, ତାଙ୍କ ପତ୍ନୀ ରେଖା ଝୁନଝୁନୱାଲା ମଧ୍ୟ ଏକ ବ୍ୟବସାୟିକ ପରିବାରରୁ ଆସନ୍ତି ଏବଂ ବଜାର-ବ୍ୟବସାୟକୁ ଭଲ ଭାବରେ ବୁଝି ପାରନ୍ତି । ରେଖା ଏବଂ ତାଙ୍କ ଭାଇଙ୍କୁ କମ୍ପାନିର ମ୍ୟାନେଜମେଣ୍ଟରେ ବଡ ଭୂମିକା ଦିଆଯାଇପାରେ ।

ଫୋର୍ବ୍ସ ଅନୁସାରେ, ଆକଳନ ଅନୁସାରେ ୫.୮ ବିଲିୟନ ଡଲାରର ସମ୍ପତ୍ତି ସହ ଝୁନଝୁନୱାଲା ଭାରତର ୪୮ତମ ଧନୀ ବ୍ୟକ୍ତି। ତାଙ୍କର ଲିଷ୍ଟେଡ୍ ହୋଲଡିଂର ବର୍ତ୍ତମାନ ମୂଲ୍ୟରେ ୩୦,୦୦୦ କୋଟି ଟଙ୍କା ହେବ।

Related Articles

Back to top button