ସିନେୱାର୍ଲଡ କମ୍ପାନି ହୋଇପାରେ ଦେବାଳିଆ, ୮୨ ପ୍ରତିଶତ ତଳକୁ ଖସିଲା ସେୟାର ମୂଲ୍ୟ

ସାରା ଦୁନିଆର ଅର୍ଥବ୍ୟବସ୍ଥା ଏବେ ଚାପରେ ରହିଛି ଏବଂ ମାନ୍ଦାବସ୍ଥାର ଭୟ ରହିଛି । ଏହାରି ଭିତରେ ଦୁନିଆର ଦ୍ୱିତୀୟ ସବୁଠୁ ବଡ ସିନେମା ଅପରେଟର ସିନେୱାର୍ଲଡ ଆମେରିକାରେ ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିବାକୁ ଯୋଜନା କରୁଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, କାମ୍ପାନି ଆମେରିକା ଏବଂ ବ୍ରିଟେନରେ ବ୍ୟାଙ୍କରପ୍ସୀ ପ୍ରୋସେସ ଉପରେ ପରାମର୍ଶ ଦେବା ପାଇଁ କିର୍କଲ୍ୟାଣ୍ଡ ଏବଂ ଏଲିସ ଏଲଏଲପିର ଆଇନଜୀବୀ ଏବଂ ଏଲିସ୍କାପାର୍ଟର୍ସଙ୍କୁ ପରାମର୍ଶଦାତା ନିଯୁକ୍ତ କରିଛି । ଏହି ଖବର ସାମନାକୁ ଆସିବା ପରେ ଶୁକ୍ରବାର ସିନେୱାର୍ଲଡ ଗ୍ରୁପର କମ୍ପାନି ପିଏଲସିର ସେୟାରରେ ୮୨ ପ୍ରତିଶତ ଯାଏଁ ହ୍ରାସ ଦେଖିବାକୁ ମିଳିଥିଲା।

ସିନେୱାର୍ଲଡ ନିଜର ଏକ ରିପୋର୍ଟରେ କହିଛି, ନିଜ ଋଣର ବୋଝ କମାଇବା ପାଇଁ ପୁନର୍ଗଠନ ଉପରେ ବିଚାର କରୁଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ସିନେମା ଘର ବନ୍ଦ ରହିବା ଫଳରେ କମ୍ପାନିକୁ ପ୍ରବଳ କ୍ଷତି ସହିବାକୁ ପଡିଥିଲା । କରୋନା ଏବଂ ଲକଡାଉନ ପରେ ବକ୍ସ ଅଫିସରେ କିଛି ବଡ଼ ଧରଣର ରିକଭରୀ ହୋଇ ନଥିଲା । ଏବେ ବି ଦର୍ଶକମାନେ ଥିଏଟର ଯାଇ ସିନେମା ଦେଖିବାକୁ ଚାହୁଁନାହାନ୍ତି, ଯାହାର ପ୍ରଭାବ ସିଧା କମ୍ପାନି ଉପରେ ପଡିଛି ।

Related Articles

Back to top button