ଡଲାର ତୁଳନାରେ ଦୁର୍ବଳ ହେଲା ମୁଦ୍ରା, ୮୧ ଟଙ୍କା ପାର୍ କଲା ଭାରତୀୟ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ମୁଦ୍ରା ଆହୁରି ଦୁର୍ବଳ ହୋଇଛିି। ଗୋଟିଏ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୧ ପାର କରି ଯାଇଛି । ଡଲାର୍ ତୁଳନାରେ ଏବେ ସୁଦ୍ଧା ଏହା ଟଙ୍କାର ସର୍ବନିମ୍ନ ସ୍ତର ।

ଆଜି ଟଙ୍କାର ମୂଲ୍ୟ ୪୪ପଇସା କମିଛି । ଆମେରିକୀୟ ବ୍ୟାଙ୍କରେ ସୁଧ ହାର ବଢିବା, ରୁଷ-ୟୁକ୍ରେନ୍ ସଙ୍କଟ ଏବଂ ମୁଦ୍ରାସ୍ଫିତୀ ରୋକିବାକୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ ନେଉଥିବା କଠୋର ପଦକ୍ଷେପ ଭାରତୀୟ ମୁଦ୍ରା ଦୁର୍ବଳ ହେବା ପଛରେ ବଡ କାରଣ ବୋଲି କୁହାଯାଉଛି । ଗତକାଲି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଥିଲା ୮୦.୭୯ । ଆଜି ବଜାର ଖୋଲିବା ବେଳେ ଟଙ୍କାର ମୂଲ୍ୟ ୮୧.୦୮ ଥିବା ବେଳେ ଏହା ଆହୁରି ତଳକୁ ଖସି ୮୧.୨୩ ଛୁଇଁଥିଲା ।

Related Articles

Back to top button